Pratidin TV

Odisha's Digital News Platform

ଓଡିଶା ରେଳଟ୍ରାକରେ ଗଡିବ ୩ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌..

1 min read

ଓଡ଼ିଶାରୁ ଗଡ଼ିବ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୂର୍ବରୁ ୨ଟି ଚାଲୁଥିବା ବେଳେ ଗଡିବ ୩ୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ-ଆସାନସୋଲ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଇବା ପାଇଁ ପୂର୍ବ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି । ପୂର୍ବ ରେଳପଥ ପକ୍ଷରୁ ଦାଖଲ ପ୍ରସ୍ତାବରୁ ହସ୍ତଗତ ସୂଚନା ଅନୁସାରେ ପୁରୀ-ଆସାନସୋଲ ମଧ୍ୟରେ ଦୂରତା ୬୦୧ କିମି ଏବଂ ଏହି ରୁଟ୍‌ରେ ସପ୍ତାହକୁ ୬ ଦିନ ବନ୍ଦେ ଭାରତ ଗଡ଼ିବ । ଯାତ୍ରା ସମୟ ୭ ଘଣ୍ଟା ୫୫ ମିନିଟ୍ ରହିବ । ପୁରୀ-ଆସାନସୋଲ ମଧ୍ୟରେ ଏହି ଟ୍ରେନ୍ ଭୁବନେଶ୍ୱର, କଟକ, ବାଲେଶ୍ୱର, ମେଦିନିପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା ଷ୍ଟେସନରେ ଅଟକିବ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ’ ମାସରେ ପୁରୀ-ହାୱଡ଼ା ଏବଂ ସେପ୍ଟେମ୍ବର ମାସରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଥିଲା । ପ୍ରସ୍ତାବିତ ପୁରୀ-ଆସାନସୋଲ ତୃତୀୟ ବନ୍ଦେ ଭାରତ ଭାବେ ଓଡ଼ିଶା ଦେଇ ଚଳାଚଳ କରିବ । ରେଳପଥରେ ଓଡିଶା ଆଉ ପାଦେ ଆଗେଇବାକୁ ଯାଉଛି । ଓଡିଶାରେ ଏଣିକି ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବ ।

Leave a Reply

Your email address will not be published. Required fields are marked *