Pratidin TV

Odisha's Digital News Platform

କୋଏଲ ନଦୀରୁ ଉଦ୍ଧାର ହେଲା ୪ ଭାଇଙ୍କ ମୃତଦେହ

ଭୁବନେଶ୍ୱର : ଗତକାଲି ଝାଡଖଣ୍ଡ ରାଚିଂ ଅଚଂଳରେ ହୋଇଥିବା ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିବା ଦୁଇ ପରିବାରର ୪ ପୁଅ ରାଉରକେଲାର ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ଗାଧୋଇବାକୁ ଯାଇଁ ବୁଡିଯାଇଥିଲେ । ଘରଲୋକଙ୍କ କହିବା ଅନୁଯାୟୀ ଗତକାଲି ଶୁଦ୍ଦିକାମରେ ସେମାନଙ୍କୁ ରୋଷେଇରେ ଆଳୁଚୋପା ଛଡାଇବାକୁ କୁହାଯାଇଥିଲା କିନ୍ତୁ ୪ ଭାଇ କାହାକୁ ନଜଣାଇ ସେଠାରୁ ଲୁଚି ନଦୀକୁ ଗାଧୋଇବାକୁ ଚାଲିଯାଇଥିଲେ ।

ଘରଲୋକ ୪ ଜଣଙ୍କୁ ଏକାସାଙ୍ଗରେ ନପାଇ ବ୍ୟସ୍ଥ ହୋଇ ଖୋଜାଖୋଜ କରିବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ତେବେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଚିଂ ପରିବାରଲୋକଙ୍କ ସହ ଖୋଜା ଖୋଜି କରିଥିଲା ବେଳେ ସେମାନଙ୍କୁ ନଦୀରେ ବୁଡିବାର ଦେଖି ଉଦ୍ଧାର କରେିଥିଲେ । ଘଟଣା ସ୍ଥଳରେ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣଙ୍କର ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା । କାଲି ବିଳମ୍ବିତ ରାତି ପର୍ଯ୍ୟାନ୍ତ ଖୋଜାଖୋଜି ପରେ ନିଖୋଜ ଥିବା ଆଉ ଜଣଙ୍କର ମୃତ ଦେହ ଆଜି ସକାଳୁ ରେସ୍କ୍ୟୁ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି ।ମୃତକମାନେ ହେଲେ ରିଶିରାଜ ସାହୁ ,କୌଶଳ ସାହୁ ,ରୋନକ ସାହୁ ଓ କୁନାଲ ସାହୁ ।

Leave a Reply

Your email address will not be published. Required fields are marked *