କ୍ୟାମେରା ଆଗରେ ୪ ଅନାଥ ଶିଶୁଙ୍କ ଗୁହାରୀ , ସରକାର ଆମକୁ ସାହାର୍ଯ୍ୟ କର ….
1 min readକେନ୍ଦୁଝର : କ୍ୟାମେରା ସାମ୍ନାରେ କଇଁ କଇଁ ହୋଇ କାନ୍ଦୁଛନ୍ତି ନିଷ୍ପାପ କଅଁଳ ଛୁଆ ଗୁଡିକ । ଏତେ ବଡ ଦୁନିଆ ବିଷୟରେ ଜାଣିବା ପୂର୍ବରୁ ହାତଛାଡି ଆର ପାରିକୁ ଚାଲିଗଲେ ବାପା ମା’ । ଏବେ କେମିତି ବାପା ମା’ ଦୁହିଁଙ୍କ ବିନା ଜୀବନ କାଟିବେ ଏଇ ୪ ଶିଶୁ । କିଏ ତାଙ୍କ ପାଇଁ ଟିଫିନ୍ ବନାଇବ ? କିଏ ତାଙ୍କୁ ଗାଧୋଇବ ଠାରୁ ଆରମ୍ଭ କରି ସବୁ କାର୍ଯ୍ୟ କରିଦେବ । କିଏ ସକାଳୁ ସକାଳୁ ତାଙ୍କୁ ସ୍କୁଲ ନେଇ ଛାଡିବ । ଏତେ ବଡ ଦୁନିଆରେ ପୁରା ଏକା ହୋଇଗଲେ ଏଇ ନିଷ୍ପାପ ୪ ଶିଶୁ । ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ବାପା ଓ ମା ।ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଟିକରପଡ଼ା ଗା ର ବୁରୁଡ଼ିହି ସାହିରେ ।
କେନ୍ଦୁଝର ସଦର ବ୍ଳକ ମହାଦେଈଯାଡା ପଞ୍ଚାୟତ ଟିକରପଡା ଗ୍ରାମର ବୁରୁଡିହି ସାହିର ମାଇନ ମାଝୀ ସୋମବାର ଦିନ ରାତିରେ ସାନ ପୁଅ ରମେଶ ସହ ଘରେ ତଳେ ଶୋଇଥିବା ବେଳେ ତାଙ୍କୁ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ସକାଳୁ ସକାଳୁ ସମ୍ପର୍କିୟ ଲୋକେ ଜାଣିବା ବେଳକୁ ସାପ ବିଷ ପ୍ରଭାବରେ ମାଇନ ଚେତା ଶୁନ୍ୟ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ସୁଚନା ଯୋଗ୍ୟ ଯେ ମାଇନଙ୍କ ସ୍ବାମୀ ମହେନ୍ଦ୍ର ମାଝୀ ମଧ୍ୟ ଗତ ଦୁଇବର୍ଷ ତଳେ ଅଜଣା ରୋଗରେ ଆରପାରିକୁ ଚାଲିଯାଇଛନ୍ତି। ମାଇନ ବାର ଦୁଆରେ କୁଲି ମଜୁରି କାମ କରି ଘର ଚଳାଇ ଆସୁଥିଲେ ।
ତିନି ପୁଅ ଓ ଗୋଟିଏ ଝିଅକୁ ନେଇ ଦୁଃଖେ ସୁଖେ ଚଳୁଥିଲେ । ବଡ଼ ପୁଅ ଆକାଶ ମାଝୀକୁ ଏବେ ୧୪ ବର୍ଷ ହୋଇଥିବା ବେଳେ ଦ୍ଵିତୀୟ ପୁଅ ସିଲୁ ମାଝୀକୁ ୧୨ ବର୍ଷ, ତୃତୀୟ ଝିଅ ରୀନାକୁ ୧୦ବର୍ଷ ଓ ସାନ ପୁଅ ରମେଶ ମାଝୀକୁ ୭ ବର୍ଷ ଓ ଦୁଇ ପୁଅ ଆକାଶ ସିଲୁ ଓ ଝିଅ ରୀନ ହଷ୍ଟେଲରେ ରହି ପାଠ ପଢ଼ୁୁିଥିବା ବେଳେ ସାନ ପୁଅ ରମେଶ ଅଙ୍ଗନବାଡ଼ିରେ ପଢ଼ୁଥିବାରୁ ମା’ ପାଖରେ ରହୁଥିଲା। ଏବେ ମା’ ର ମୃତ୍ୟୁ ହୋଇଯିବା ପରେ ଚାରି ଜଣ ଯାକ ଶିଶୁ ବାପ ମା’ ଛେଉଣ୍ଡ ହୋଇଯିବା ସହ ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଏତେ ବଡ ଦୁନିଆରେ ଏକା ହୋଇଯାଇଛନ୍ତି । ପିଲାଙ୍କ ସମ୍ପର୍କିୟ ଓ ଗା’ ଲୋକେ ଏବେ ଏହି ଦୁଃଖଦ ସମୟରେ ଶିଶୁ ଙ୍କ ପାଖରେ ରହି ତାଙ୍କ ଖିଆ ପିଆ ଓ ଭଲ ମନ୍ଦ କଥା ବୁଝୁଛନ୍ତି । ହେଲେ ସେମାନେ ମଧ୍ୟ ଆର୍ଥିକ ସ୍ତରରେ ସ୍ୱଛଳ ନ ଥିବାରୁ ସବୁ ଦିନେ ପିଲା ମାନଙ୍କ କଥା ବୁଝି ପାରିବେ ନାହିଁ ବୋଲି କହିବା ସହ ସରକାର ସେମାନଙ୍କର ଥଇଥାନ କଥା ବୁଝିବାକୁ ଅନୁରୋଧ କରିଛନ୍ତି ।
ସେପଟେ କିନ୍ତୁ ସେ ଅଞ୍ଚଳର ଜଣେ ଜଣା ଶୁଣା ସମାଜସେବୀ ସଜ୍ଜିବ ସାହୁ କହିଛନ୍ତି ସାପ କାମୁଡିବା ପରେ ସକାଳେ ତାଙ୍କୁ କୁଆଡେ ତୁରନ୍ତ ଡାକ୍ତରଖାନା ନିଆ ନ ଯାଇ ପ୍ରଥମେ କୁଆଡେ ଗୁଣି ଗାରେଡ଼ି ଓ ଝଡାଫୁଙ୍କା କରିଥିଲେ ତେଣୁ ଚିକିତ୍ସା ରେ ଡେରୀ ଯୋଗୁ ତାଙ୍କର ମୃତ୍ୟୁ ହେଲା । ଅନ୍ୟପଟେ ସରପଞ୍ଚ କହିଛନ୍ତି ବାପା ମା ଛେଉଣ୍ଡ ନିରାଶ୍ରୟ ପିଲା ମାନଙ୍କୁ ସରକାରଙ୍କ ଯୋଜନା ଅନୁସାରେ ପାଞ୍ଚାୟତ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।