ଅଫିସ୍ କର୍ମଚାରୀଙ୍କ ପାଇଁ ଖୁସି ଖବର , ଏବେ ସପ୍ତାହରେ ଚାରିଦିନ ଅଫିସ୍ ଆଉ ୩ ଦିନ ଛୁଟି…
1 min readଏବେ ଆଉ ଚିନ୍ତା ନାହିଁ । ସପ୍ତାହରେ ଚାରିଦିନ ଅଫିସ୍ ଆସିବାକୁ ପଡିବ ଆଉ ୩ ଦିନ ଛୁଟି । ଏକଥା ଶୁଣିବା ପରେ ସତରେ କଣ ଏମିତି କିଛି ହେବ । ହେଲେ ଏବେ ସପ୍ତାହର ସାତ ଦିନ ବଦଳରେ ଧୀରେ ଧୀରେ ଚାରି ଦିନ କାମ କରିବାର ଧାରା ବୃଦ୍ଧି ପାଉଛି । ଏହାକୁ ଅନେକ ଦେଶ ମଧ୍ୟ ଗ୍ରହଣ କରିସାରିଲେଣି। ତେବେ ଏହି ତାଲିକାରେ ଯୋଡି ହୋଇଥିବା ସର୍ବଶେଷ ନାମ ହେଉଛି ଜର୍ମାନୀ । ଏଠାରେ ଅନେକ କମ୍ପାନୀ ସପ୍ତାହରେ ୪ ଦିନିଆ କାର୍ଯ୍ୟ କାର୍ଯ୍ୟକାରୀ କରିଛନ୍ତି ।
ଜର୍ମାନୀ ପୂର୍ବରୁ ଏହାକୁ ଅନେକ ଦେଶରେ ଏହି ନୀତି ଗ୍ରହଣ କରାଯାଇଛି । ରିପୋର୍ଟ ଅନୁଯାୟୀ, ଜର୍ମାନୀର ଅନେକ କମ୍ପାନୀ ଚାରି ଦିନିଆ କାର୍ଯ୍ୟ ସପ୍ତାହର ଟ୍ରେଣ୍ଡ ଆପଣାଇଛନ୍ତି । ଏହା ଅଧୀନରେ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀମାନଙ୍କୁ ସପ୍ତାହର ସାତ ଦିନ ମଧ୍ୟରୁ ମାତ୍ର ୪ ଦିନ କାମ କରିବାକୁ କହୁଛନ୍ତି । କର୍ମଚାରୀମାନଙ୍କୁ ଅବଶିଷ୍ଟ ୩ ଦିନ ପାଇଁ ବିଶ୍ରାମ ଦିଆଯାଉଛି । ସବୁଠୁ ବଡ କଥା ହେଉଛି ଏଥିପାଇଁ କର୍ମଚାରୀଙ୍କ ବେତନରେ କୌଣସି କଟକଣା ନାହିଁ ।
ଜର୍ମାନୀର ପ୍ରାୟ ୪୫ କମ୍ପାନୀ ଏହି ଟ୍ରେଣ୍ଡ ଆପଣାଇଛନ୍ତି । ଏଥିରେ ଅଂଶଗ୍ରହଣ କରୁଥିବା କମ୍ପାନୀଗୁଡିକ ବେତନରେ କୌଣସି ପରିବର୍ତ୍ତନ ନକରି କର୍ମଚାରୀଙ୍କ କାର୍ଯ୍ୟ ସମୟ ହ୍ରାସ କରୁଛନ୍ତି । ଏହାପୂର୍ବରୁ ୨୦୨୨ରେ ବ୍ରିଟେନର ଅନେକ କମ୍ପାନୀ ୪ ଦିନ କାର୍ଯ୍ୟ ୩ ଦିନ ଆରାମ ଦେଇଥିଲେ । ତେବେ ଏହି ୪ ଦିନିଆ କାର୍ଯ୍ୟ ସପ୍ତାହ କେବଳ କମ୍ପାନୀର କର୍ମଚାରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ ନାହିଁ, ବରଂ କର୍ମଚାରୀଙ୍କ ଅଭାବ ସମସ୍ୟାକୁ ମଧ୍ୟ ଦୂର କରିବ ବୋଲି ଆଶା କରାଯାଉଛି ।