ନାଲି ପାଣି ସାଜିଲା କାଳ……ବିଷାକ୍ତ ମଦ ପିଇ ଚାଲିଗଲା ୪ ଜୀବନ
1 min readମଦ ଦିନକୁ ଦିନକୁ ନେଉଛି ଜୀବନ | ମଦ ପାଇଁ ଚାଲିଯାଉଛି ଜୀବନ | ଏବେ ପୁଣି ଥରେ ମଦ ପିଇ ଚାଲିଗଲା ୪ ଜୀବନ | ପଞ୍ଜାବର ସାଙ୍ଗରୁରରେ ବିଷାକ୍ତ ମଦ ପିଇ ଚାରି ଜଣଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ସାଙ୍ଗରୁର ଜିଲ୍ଲାର ଦିରବା ପୋଲିସ ଷ୍ଟେସନ ଅନ୍ତର୍ଗତ ଗୁଜରାଟ ଗ୍ରାମରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ , ମଙ୍ଗଳବାର ରାତିରେ ଏପରି ଘଟଣା ଘଟିଛି | ୪ ଜଣ ଦେଶୀ ମଦ ପିଇ ଅସୁସ୍ଥ ଅନୁଭବ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ | ପରେ ସେମାଙ୍କର ମୃତ୍ୟୁ ଘଟିଥିଲା | ପୋଲିସ ତଦନ୍ତ ଆରମ୍ଭ କରିଥିଲା | ଏବଂ ଅଧିକାରୀ କହିଛନ୍ତି ଯେ, ମଦ ଯୋଗାଣ କରିଥିବା ଲୋକଙ୍କୁ ଚିହ୍ନଟ କରିସାରିଛି | ଏବଂ ତାଙ୍କୁ ଶୀଘ୍ର ଧରିବା ବୋଲି କହିଛି ପୋଲିସ | ଡେପୁଟି କମିଶନର ଜିତେନ୍ଦ୍ର ଜୋରାୱାଲ କହିଛନ୍ତି ଯେ, ଏହି ଘଟଣା ପାଇଁ ପୋଲିସ ୫ ଜଣିଆ ଟିମ ଗଠନ କରିଛି |