Pratidin TV

Odisha's Digital News Platform

ଫାଟିଲା ପେଟ୍ରୋଲ ଦ୍ୱୀପ : ଗୋଟିଏ ପରିବାରରୁ ଜଣେ ମୃତ , ୩ ଗୁରୁତର ଆହତ..

1 min read

ଗଞ୍ଜାମ : ଦିଗହରା ଅନ୍ଧାରରେ ରାସ୍ତା ଦେଖାଇଥାଏ ଛୋଟିଆ ଦୀପର ଆଲୋକ । କିନ୍ତୁ ସେଇ ଛୋଟିଆ ଆଲୋକ ଯେ ଏତେ ଭୟଙ୍କର ହୋଇପାରେ ତାହା ଯେ ଆମେ କେବେ କଳ୍ପନା ମଧ୍ୟ କରିପାରିବା ନାହିଁ । ଏକ ଛୋଟିଆ ଦ୍ୱୀପ କିଭଳି ଛାରଖାର କରିଦେଇଛି ଏକ ପରିବାରକୁ ଜାଣନ୍ତୁ ଆଉ ସାବଧାନ ରୁହନ୍ତୁ ।

Advertisement

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବନ୍ଧାଗୋଚ୍ଛା ଗ୍ରାମ ରେ ଘଟିଯାଇଛି ଏକ ଅଭାବନିୟ ଘଟଣା କ୍ଷ ପେଟ୍ରୋଲ ଦୀପ ଲଗାଇବା ବେଳେ ଦୀପ ଫାଟି ଗୋଟିଏ ପରିବାରର ଚାରି ଜଣ ଗୁରୁତର ଆହତ ହୋଇଛନ୍ତି କ୍ଷଗୁରୁତର ମାନେ ହେଲେ ବାପା ମା ଝିଅ ଚାରି ବର୍ଷର ନାତୁଣୀ ଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଅଂଚଳ ରେ ହାତୀ ଚଳ ପ୍ରଚଳ ଯୋଗୁଁ ସୁରକ୍ଷା ଦୃଷ୍ଟି ରୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ କରାଯାଇଥିଲା ।

ବନ୍ଧାଗୋଚ୍ଛା ଗ୍ରାମ ର ଛବି ନାଇକ ଅନ୍ଧାର ରୁ ବର୍ତ୍ତିବା ପାଇଁ କିରୋସିନ ଅଭାବ ଯୋଗୁଁ ଘରେ ଥିବା ପେଟ୍ରୋଲ ଦୀପକୁ ବ୍ୟବହାର କରିଥିଲେ କ୍ଷ ଯାହା ଫଳରେ ପେଟ୍ରୋଲ ଦୀପଟି ଫାଟିଯାଇ ଘରେ ନିଆଁ ଲାଗିଯାଇଥିଲା । ଝିଅ ନାତୁଣୀ ଦେହରେ ନିଆଁ ଲାଗିଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ଯାଇ ବାପା ମା ମଧ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ।ପାଟି ଶୁଣି ଗ୍ରାମର ଲୋକେ ଘର ଭିତରୁ ନିଆକୁ ଆୟତ୍ତ କରି ଗୁରୁତର ମାନଙ୍କୁ ଉଦ୍ଧାର କରିଥିଲେ।ସେଠାରୁ ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲ କୁ ଆଣିଥିଲେ କ୍ଷଡାକ୍ତର ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବା ରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ହେଲେ ମା ଧୋବୁଣି ନାଇକ, ବାପା ଛବି ନାଇକ ଏବଂ ଝିଅ ସୁଷମା ନାଇକ ଓ ତାଙ୍କ ଝିଅ ଅଞ୍ଜଳି ନାଇକ ( ୬) । ସେଠାରୁ ସେମାନଙ୍କୁ କଟକ ଏସ୍‌ସିବିକୁ ପଠାଯାଇଥିଲା। ଆଜି ସକାଳେ ସେଠାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଛି। ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *