ରୋଗୀଙ୍କୁ ନେଇ ଫେରୁଥିଲା ଅଧବାଟରେ ଆମ୍ବୁଲାନ୍ସ ଡ୍ରାଇଭର ଲାଗିଗଲା ଆଖି ,ଆଉ ତାପରେ..
1 min readନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ଘଟିଲା ଭୟଙ୍କର ଦୁର୍ଘଟଣା। ଶୁକ୍ରବାର ସକାଳେ ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ହୋଇଛି ଏହି ଦୁର୍ଘଟଣା ଏଥିରେ ୪ଜଣ ଓଡିଆଙ୍କ ମୃତ୍ୟୁ ହୋଇଛି। ତାଭନମପାଲେ ମଣ୍ଡଳରେ ଠାରେ ଲରି ସହ ଆମ୍ବୁଲାନ୍ସ ମୁହାଁମୂହିଁ ଧକ୍କା ହୋଇଛି । ରୋଗୀ ଧରି ବେଙ୍ଗାଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଏହି ଭୟଙ୍କର ଦୁଘଁଟଣାଟି ଘଟିଛି । ପୁଥଲପାଟୁ-ନାଇଡୁପେଟା ଏନଏଚ ରେ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଲରି। ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ମୁତାବକ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବା ବେଳେ ସିଧାସଳଖ ଯାଇ ଟ୍ରକଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଅଛନ୍ତି । ଓଡିଶାରୁ ଚିକିତ୍ସା ହେବା ପାଇଁ ରୋଗୀ ବାଙ୍ଗାଲୋରର ଭିକ୍ଟୋରିଆ ହସ୍ପିଟାଲକୁ ଯାଇଥିଲେ । ଚିକିତ୍ସା ସାରି ଆମ୍ବୁଲାନ୍ସ ଯୋଗେ ନିଜ ସମ୍ପର୍କୀୟଙ୍କ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ତେବେ ଟ୍ରକ ଡ୍ରାଇଭରଙ୍କ କୌଣସି ଭୁଲ ନଥିବା ସୂଚନା ମିଳିଛି । ଟ୍ରକଟି ରାସ୍ତା କଡରେ ଛିଡା ହୋଇଥିବା ବେଳେ ପଛପଟୁ ଆମ୍ବୁଲାନ୍ସ ଦ୍ରୃତଗତିରେ ଆସି ପିଟି ଦେଇଥିଲା । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ମୃତାହତମାନଙ୍କ ଘର ସଡିଶାରେ କେଉଁଠି ସେ ନେଇ କୌଣସି ସୂଚନା ମିଳି ପାରିନାହିଁ ।