Pratidin TV

Odisha's Digital News Platform

କାଚଭଙ୍ଗା ଲୁଟେରାଙ୍କୁ ବାନ୍ଧିବାରେ ସଫଳ ହେଲା କମିଶନରେଟ୍ ପୋଲିସ : ୪ ଜଣ ଅଭିଯୁକ୍ତଙ୍କ ସହ ନଗଦ ଟଙ୍କା ଲାପଟପ୍ ଅନ୍ୟାନ ଦାମୀ ଜିନିଷ ଜବତ୍ ..

ଭୁବନେଶ୍ୱର : କମିଶନରେଟ୍ ପୋଲିସକୁ ମିଳିଲା ବଡ ସଫଳତା । ୪ ଜଣ ଲୁଟେରାଙ୍କୁ ବାନ୍ଧିଲା ସ୍ପେଶାଲ ସ୍କ୍ୱାର୍ଡ । ତେବେ ସେମାନଙ୍କ ନିକଟରୁ ନଗଦ ୫୨ ହଜାର ଟଙ୍କା ସହ ଲାପଟପ୍‌,ମୋବାଇଲ,କାଚଭଙ୍ଗା ମେସିନ୍ ,ଏଟିଏମ୍ ଏବଂ କିଛି ଇୟରକର୍ଡ ଜବତ୍ କରିଛି ।

ମିଳିଥିବା ସୂଚନା ଅନୁଯାୟୀ , ଦୀର୍ଘଦିନ ଧରି ଏହି ଲୁଟେରା ଗ୍ୟାଙ୍ଗ୍ ରାଜଧାନୀ ଭୁବନେଶ୍ୱରରେ ଉତ୍ପାତ୍ ଚଲାଇଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଆଜି କମିଶନରେଟ୍ ପୋଲିସ ଚଢାଉ କରିଥିଲା । ଏକ କାରର କାଚ୍ କାଟି ୪ ଜଣ ଅଭିଯୁକ୍ତ ଲୁଟ୍ କରୁଥିବା ସମୟରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ସେମାନଙ୍କ ଉପରକୁ ମାଡିବସିଥିଲା । ତେବେ ଗିରଫ୍ ଅଭିଯୁକ୍ତ ମାନେ ଆନ୍ତଃରାଜ୍ୟ ଆସାମ ୱେଷ୍ଟ ବେଙ୍ଗଲ ଝାରଖଣ୍ଡର ବୋଲି ଜଣାପଡିଛି । ଗିରଫ୍ ଅଭିଯୁକ୍ତଙ୍କ ନାଁରେ ଭୁବନେଶ୍ୱରରୁ କ୍ୟାପିଟାଲ ଥାନାରେ ୫ଟି , ସହିଦନଗରରେ ୪ଟି ଏବଂ ଖାରବେଳନଗରରୁ ୧ ରହିଛି । ଏହା ସହ କଟକ ମାଲଗୋଦାମ ଥାନରେ ମଧ୍ୟ ଏମାନଙ୍କ ନାଁରେ ଅଭିଯୋଗ ରହିଛି ।

୪ ଅଭିଯୁକ୍ତମାନଙ୍କୁ ଗିରଫ୍ କରି କମିଶନରେଟ୍ ପୋଲିସ ସେମାନଙ୍କୁ ପଚରା ଉଚରା ଚଲାଇଛି । ଏମାନଙ୍କ ଗ୍ୟାଙ୍ଗ ସହ ଆଉ କେତେ ଜଣ ସାମିଲ ଅଛନ୍ତି ? ଏମାନଙ୍କ ଗ୍ୟାଙ୍ଗ ସହ ଆଉ କେଉଁ କେଉଁ ଗ୍ୟାଙ୍ଗର ଲିଙ୍କ୍ ଅଛି ଏଭଳି ଅନେକ ପ୍ରଶ୍ନ ପଚାରିପାରେ କମିଶନରେଟ୍ ପୋଲିସ । ବର୍ତ୍ତମାନ ଏହି ଗ୍ୟାଙ୍ଗର ୪ ଜଣ ଧରା ପଡିଥିବା ବେଳେ ଆଗକୁ ଏହି ଗ୍ୟାଙ୍ଗର ଆଉ କେଉଁ କେଉଁ ମାନେ ସପୃକ୍ତ ଅଛନ୍ତି ତାକୁ ଖୋଜି ବାହାର କରିବ ବୋଲି କହିଛି କମିଶନରେଟ୍ ପୋଲିସ ।

Leave a Reply

Your email address will not be published. Required fields are marked *