Pratidin TV

Odisha's Digital News Platform

କାର ଧକ୍କାରେ ଯବାନଙ୍କ ସହ ଚାଲିଗଲା ପରିବାରର ୪ ଜଣକ ଜୀବନ

1 min read

ଝାଡ଼ଖଣ୍ଡର ଖଲାରୀ ଥାନା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଯବାନଙ୍କ ସହ ପରିବାରର ଚାଲିଯାଇଛି ୪ ଜଣଙ୍କ ଜୀବନ | ଏହି ଦୁର୍ଘଟଣାରେ ଜଣେ ଶିଶୁ ଗୁରୁତର ଭାବେ ଚିକତ୍ସାଧୀନ ଅବସ୍ଥାରେ ମେଡିକାଲରେ ଅଛି |

ପଙ୍କଜ ନାମକ ବ୍ୟକ୍ତି ଯବାନ ଭାବେ କାର୍ଯ୍ୟରତ ଥିଲେ। ସେ ନିଜ ସ୍ତ୍ରୀ ସହ ୩ ପିଲାଙ୍କୁ ନେଇ ଗତକାଲି ତଥା ମେ ୧ ତାରିଖ ଦିନ ବାଇକରେ ଯାଉଥିଲେ | ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ହଠାତ ବାଇକକୁ ଧକ୍କା ଦେଇ ପ୍ରାୟ ୧00 ମିଟର ଘୋଷାଡ଼ି ନେଇଥିଲା | ଘଟଣାସ୍ଥଳରେ ମହିଳା ଏବଂ ୨ ଶିଶୁଙ୍କ ଚାଲିଯାଇଥିଲା ଜୀବନ |

Advertisement

ଏହାପରେ ଯବାନ ଏବଂ ଜଣେ ଶିଶୁ ଗୁରୁତର ଅବସ୍ଥାରେ ତୁରନ୍ତ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲେ | କିନ୍ତୁ ଦୁଃଖର ବିଷୟ ଏହା ଯେ ଯବାନଙ୍କ ଡାକ୍ତରଖାନରେ ମୃତ୍ୟୁ ହୋଇଥିଲା | କିନ୍ତୁ ଶିଶୁଟି ଗୁରୁତର ଅବସ୍ଥାରେ ଅଛି ଏବଂ ଚିକିତ୍ସାଧୀନରେ ଅଛି | ଦୁର୍ଘଟଣା ହେବା ପରେ ସ୍ଥାନୀୟ ଲୋକେ କରିଛନ୍ତି ଉତ୍ତେଜନା | କ୍ଷତିପୂରଣ ଦାବିରେ କରିଛନ୍ତି ରାସ୍ତାରୋକ | ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇ ରାସ୍ତାରୋକ ହଟାଇଛି |

Leave a Reply

Your email address will not be published. Required fields are marked *