Pratidin TV

Odisha's Digital News Platform

ଆନ୍ଧ୍ରରେ ଛାତିଥରା ଦୁର୍ଘଟଣା ; ମିଳିଲା ଓଡିଆ ମୃତକଙ୍କ ପରିଚୟ, ସମସ୍ତେ କେନ୍ଦ୍ରାପଡା ଜିଲ୍ଲାର …

1 min read

କେନ୍ଦ୍ରାପଡା ; ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲା ତିରୁପତି ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣାରେ ୪ଜଣ ଓଡ଼ିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ତେବେ ମୃତକ ଙ୍କ ପରିଚୟ ମିଳିଥିବା ନେଇ ପୋଲିସ ସୂଚନା ଦେଇଛି । ସମସ୍ତ ମୃତକ କେନ୍ଦ୍ରାପଡା ଜିଲ୍ଲାର ବୋଲି ଜଣାପଡିଛି । ତେବେ ସେମାନେ ହେଲେ ଉମେଶ ଚନ୍ଦ୍ର ସାହୁ, (୪୬), ତ୍ରିଲୋଚନ ନାୟକ (୬୩), ରଶ୍ମିତା ସାହୁ (୪୫) ଏବଂ ବିଜୟ ନାୟକ (୫୬) ।

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗୋବିନ୍ଦପୁର ଗ୍ରାମର ଉମେଶ ଚନ୍ଦ୍ର ସାହୁ (୪୬)ଦେହ ଖରାପ ଥିବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ବାଙ୍ଗାଲୋର ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ଦେଖିବାପରେ ତାଙ୍କୁ ଫେରାଇ ଦେବାପରେ ଆଜି ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିଲେ । ହେଲେ ହଠାତ୍ ଗୁଣ୍ଡାଲାପଲ୍ଲୀ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ୟାଙ୍କର କୁ ପଛପଟୁ ଆମ୍ବୁଲାନ୍ସ ଟି ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରୋଗୀ ଉମେଶ ସାହୁ ଙ୍କ ସମେତ ୩ଜଣ ମୃତ୍ୟୁ ବରଣ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Advertisement

Leave a Reply

Your email address will not be published. Required fields are marked *