Pratidin TV

Odisha's Digital News Platform

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣରେ ଚାଲିଗଲା ୪ ଜଣଙ୍କର ଜୀବନ

ବାଣ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ପୋରଣ | ଚାଲିଗଲା ୪ ଜୀବନ | ସୂଚନା ମୁତାବକ ସୋମବାର ରାତି ପ୍ରାୟ ୧୦ଟା ବେଳେ ହଠାତ ବାଣ ଗୋଦାମରେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଗୋଦାମ ଚାରିପାଖରେ ଥିବା ୧୨ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଘର ଗୁଡ଼ିକର ଛାତ ଉଡ଼ି ଯାଇଛି ଏବଂ କାନ୍ଥ ମଧ୍ୟ ଭୁଶୁଡ଼ି ପଡିଥିବା କାରଣରୁ ପ୍ରାୟ ୪ ଜଣଙ୍କ ଜୀବନ ଚାଲିଯାଇଛି ଏବଂ ୧୦ ଉର୍ଦ୍ଦ୍ୱ ବ୍ୟକ୍ତି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଫିରୋଜାବାଦରେ | ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି |

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାଣ ବ୍ୟବସାୟ ବର୍ଷ ବର୍ଷ ଧରି ଚାଲି ଆସୁଥିଲା । ଏହା ପୂର୍ବରୁ ମଧ୍ୟ ଛୋଟ ମୋଟ ଦୁର୍ଘଟଣା ଘଟିଛି, କିନ୍ତୁ ଏହି ବିସ୍ଫୋରଣ ଏପର୍ଯ୍ୟନ୍ତର ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି।

ତେବେ ଗତକାଲି ଏଭଳି ଘଟଣା ଘଟିବା ପରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଇଜି ଜୋନ୍ ଆଗ୍ରା ମଧ୍ୟ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଧ୍ୱଂସାବଶେଷ ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ବିନା ଲାଇସେନ୍ସରେ ବେଆଇନ ଭାବେ ଏଠାରେ ବାଣ ଗୋଦାମ ଚାଲିଥିଲା। ଆବାସିକ ଅଞ୍ଚଳରେ ଏହିପରି ଗୋଦାମର ଲାଇସେନ୍ସ ଦିଆ ଯାଇନଥାଏ। ଏହି ପ୍ରସଙ୍ଗରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ଆଗ୍ରା ରେଞ୍ଜ ଆଇଜି ଦୀପକ କୁମାର କହିଛନ୍ତି।

Leave a Reply

Your email address will not be published. Required fields are marked *