Pratidin TV

Odisha's Digital News Platform

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର ; ମହଙ୍ଗା ଭତ୍ତାରେ ୪% ବୃଦ୍ଧି କଲେ ରାଜ୍ୟ ସରକାର …

1 min read

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ରଜଭେଟି ଦେଲେ ରାଜ୍ୟ ସରକାର । ମହଙ୍ଗା ଭର୍ତ୍ତାକୁ ୪ ପ୍ରତିଶତ ବଢାଇଲେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି ।

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। ତେବେ ଏହାକୁ ଜାନୁୟାରୀ ପହିଲା ୨୦୨୩ରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଜୁନ ମାସ ଦରମାରେ ନଗଦ ଆକାରରେ ମିଳିବ । ମହଙ୍ଗା ଭତ୍ତା ବଢ଼ିବା ଯୋଗୁ ଉଭୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ।

Advertisement

Leave a Reply

Your email address will not be published. Required fields are marked *