Pratidin TV

Odisha's Digital News Platform

(ଭିଡିଓ)ଟ୍ରେଣ୍ଡ ସଙ୍ଗ୍ ‘ପତଲି କମରିଆ’ରେ ନାଚିଲେ ୩ ମହିଳା କନଷ୍ଟେବଲ , ଭିଡିଓ ଭାଇରାଲ ପରେ ୪ ସସ୍‌ପେଣ୍ଡ..

1 min read

ଉତ୍ତର ପ୍ରଦେଶ : ଆଜିର ଦୁନିଆରେ ଛୁଆଠୁ ବଳି ବୃଦ୍ଧା ଯାଏ ସବୁ କରୁଛନ୍ତି ରିଲସ୍ । ନୂଆ ନୂଆ ଟ୍ରେଣ୍ଡ ସଙ୍ଗ୍‌ରେ ନାଚି ଭିଡିଓ ପୋଷ୍ଟ କରୁଛନ୍ତି ସୋସିଆଲ ମିଡିଆରେ । କିନ୍ତୁ ଏହି ରିଲସ୍ ବନାଇବା ବା ଟ୍ରେଣ୍ଡ ସଙ୍ଗ୍‌ରେ ନାଚି ଭିଡିଓ ପୋଷ୍ଟ କରିବା ମହଙ୍ଗା ପଡିଛି ୪ ଜଣ ମହିଳାଙ୍କୁ । କିନ୍ତୁ କଥାଟା ଏଇଆ ଯେ ମହିଳା ୪ ଜଣ ସାଧାରଣ ମହିଳା ନୁହଁନ୍ତି ବରଂ ୪ ଜଣ ହେଉଛଁନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମଜନ୍ମ ଭୂମିର ସୁରକ୍ଷା ଦାୟିତ୍ୱରେ ଥିବା କଷ୍ଟେବଲ ।

ହେଲେ ସେମାନେ ଭୋଜପୁରୀ ଗୀତ ‘ପତଲି କମରିୟା ତେରି‘ ଟ୍ରେଣ୍ଡ ସଙ୍ଗରେ ନାଚି ଭିଡିଓ ପୋଷ୍ଟ କରିଥିଲେ । ଏଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ । ସେମାନଙ୍କୁ ନିଜ ଦାୟିତ୍ୱରୁ ନିଲମ୍ବିତ କରାଯାଇଛି ।
ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା କଷ୍ଟେବଲ ପତଲି କମରିୟା ତେରିରେ ନାଚୁଥିବା ବେଳେ ଆଉ ୨ ଜଣ ତାଙ୍କ ସହ ଯୋଗଦାନ ଦେଇଥିଲେ । ସେହିଭଳି ୪ର୍ଥ ଜଣ ଉକ୍ତ ଭିଡିଓକୁ ମୋବାଇଲରେ କଏଦ୍ କରୁଥିବା ଯୋଗୁ ତାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ତେବେ ନିଲମ୍ବିତ ହୋଇଥିବା କଷ୍ଟେବଲ ମାନେ ହେଲେ କବିତା ପଟେଲ , କାମିନୀ କୁଶୱା , କାଶିଶ ସାହଣୀ ଓ ସନ୍ଧ୍ୟା ସିଂହ । ରାମଜନ୍ମ ଭୂମିର ସୁରକ୍ଷା ଦାୟିତ୍ୱରେ ଥିବା ମହିଳା କଷ୍ଟେବଲମାନେ ଏପରି ଅଙ୍ଗଭଙ୍ଗୀ ଦେଖାଇ ନାଚୁଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି କହିଛନ୍ତି ଏସ୍‌ପି ପଙ୍କଜ ପାଣ୍ଡେ । ସେ ନିଜେ ସପୃକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାପରେ ଆଜି ସକାଳୁ ହିଁ ସମସ୍ତଙ୍କୁ ଏସଏସପି ମୁନିରାଜ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *