Pratidin TV

Odisha's Digital News Platform

(ଭିଡିଓ) ପୁଲୱାମାକୁ ପୁରିଲା ୪ ବର୍ଷ ; ସହିଦ୍‌ଙ୍କୁ ଆଜିବି ଝୁରୁଛି ମାଁ ଓ ଦେଶବାସୀମ , ବନାଉଛନ୍ତି କଳା ଦିବସ ..

1 min read

ଭୁବନେଶ୍ୱର : ଆଜି ଦେଶ ପ୍ରେମ ଦିବସ ବଦଳରେ ପାଳୁଛି ବ୍ଲାକ୍ ଡେ । ମନେପକାଇଉଛି ତା ମାଟିର ବୀର ଯବାନଙ୍କୁ । ଘରେ ଘରେ ଶୋକ ପୁଣି ମନେପଡିଯାଉଛି ଦେଶବାସୀଙ୍କର ସେଇ ଭୟଙ୍କର ଛାତିଥରା ଦୃଶ୍ୟ । କିପରି ଆଖିପିଛୁଳାକେ ଉଡିଯାଇଥିଲା ଯବାନଙ୍କ ସହ ଗାଡି । ଯେଉଁଥିରେ ପ୍ରାଣ ହରାଇ ବସିଥିଲେ ଭାରତ ମାଁର ବୀର ଯବାନ ପୁଅ । ଅନାଥ ହୋଇଯାଇଥିଲା ୪୦ ପରିବାର । କାହାର ଭାଇ ତ , କାହାର ସ୍ୱାମୀ ପୁଣି କାହାର ଗୋଟିଏ ମାତ୍ର ଆଶାଭରଷା ପୁଅ ଏଭଳି ସବୁ ସର୍ମ୍ପକ ପୋଡି ପାଉଁସ ହୋଇଯାଇଥିଲା । ସେ ଗୋଟିଏ ଆତଙ୍କରେ । ଘଟଣାକୁ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜିବି ଦେଶବାସୀଙ୍କ ମନରୁ ଲିଭିନାହିଁ ସେଇ କରାଳ ଭୟଙ୍କର ଦୃଶ୍ୟ ।

Advertisement

ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ଯେତେବେଳେ ପ୍ରେମ ଦିବସ ପାଳନ କରୁଥିବା ଠିକ୍ ସହେି ସମୟରେ ସାମ୍ନାକୁ ଆସିଥିଲା ହୃଦୟ ବିଦାରକ ଦୃଶ୍ୟ । ଦିନ ଦ୍ୱିପହର ସମୟରେ ସ୍ତବ୍ଧ ହୋଇଯାଇଥିଲା ସାରା ଭାରତ । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସବୁଦିନ ପରି ଯବାନ ମାନେ ‘ମେରେ ଦେଶ୍ କି ଧରତୀ’ ଗୀତ ଗାଇ ଗାଇ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିଛି କି ନାହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରଣ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।

ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ କାଫିଲା । ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଭୟଙ୍କର ଶବ୍ଦ । ଆଉ ତା ପରର ଏହି ଦୃଶ୍ୟକୁ ଦେଖିଲେ ଆପଣ ବି ନିରବୀ ଯାଇଥିବେ…. ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ହୁଏତ ସେହି ଘଟଣା ଭାରତ ଇତିହାସରେ କେବେ ପୂର୍ବରୁ ହୋଇନଥିଲା କି ଆଗାମୀ ଦିନରେ ନହେଉ ମଧ୍ୟ।

ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ଅନେକ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା । ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ ।

Leave a Reply

Your email address will not be published. Required fields are marked *