Pratidin TV

Odisha's Digital News Platform

ପିକଅପ୍ ଚକା ତଳେ ଚାପି ହୋଇ ଆଖିବୁଜିଲା ୪ ବର୍ଷ ଶିଶୁ କନ୍ୟା …

1 min read

ମୋହନା : କବାଡିଆ ପିକଆପ ଭ୍ୟାନ ଚକା ତଳେ ଚାପି ହୋଇ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଉତେଜନା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗାଣ୍ଡାଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ସକାଳୁ ସକାଳୁ ଗାଁକୁ ପୁରୁଣା ଲୁହାକୁ ଆଳୁ ପିଆଜ ବଦଳ କରିବା ପାଇଁ ଏହି ପିକଅପ ଭ୍ୟାନ ଯାଇଥିଲା ଗାଁର ଲୁସୀୟାନ ନାୟକ ଗାଡିରୁ ଲୁହା ଜିନିଷ କାଢି ଆଳୁ ବଦଳ କରିବା ପରେ ଭ୍ୟାନ ଟି ଆଗକୁ ନେଇଥିଲା ଡ୍ରାଇଭର। ସେହି ସମୟର ଲୁସୀୟାନ ଙ୍କ ଅଜଣତରେ ୪ ବର୍ଷର ଝିଅ ଭ୍ୟାନ୍ ଚକା ତଳେ ରହିଯାଇଥିଲା । ଏବଂ ଡ୍ରାଇଭର ଗାଡିଟିକୁ ଆଗକୁ ନେବାବେଳେ ଝିଅଟି ଚକାତଳେ ଚାପିହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲା ୪ ବର୍ଷର ନିଷ୍ପାପ ଶିଶୁ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ଏବଂ ଗ୍ରାମବାସୀମାନେ ମଧ୍ୟ ଡ୍ରାଇଭରକୁ ଅଟକ ରଖି ପ୍ରବଳ ମାଡ ମାରିଥିଲେ ।

Advertisement

ଖବର ପାଇ ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରି ଶିଶୁର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *