Pratidin TV

Odisha's Digital News Platform

ବାପାମାଆ ନଥିଲେ ପାଖରେ, ନିଦରୁ ଉଠି ଖୋଜୁଥିବା ବେଳେ ଆପାର୍ଟମେଣ୍ଟରୁ ଖସି ପଡିଲା ଶିଶୁକନ୍ୟା..

1 min read

ମୁମ୍ବାଇ: ଘରେ ନଥିଲେ ମାଆବାପା । ଘରର ଝରକା ପାଖରେ ବସି ବାପାମାଆଙ୍କୁ ଅପେକ୍ଷା କରିଥିଲା ୪ବର୍ଷର ଝିଅ । ହେଲେ କିଏ ଜାଣିଥିଲା ମାଆ ଘରକୁ ଫେରିଲା ବେଳକୁ ତା ଝିଅ ଆଉ ଜୀବିତ ନଥିବ ବୋଲି । ଆପାର୍ଟମେଣ୍ଟର ୪ମହଲାରୁ ଖସି ଆଖିବୁଜି ଦେଲା ୪ ବର୍ଷର ଝିଅ । ମୁମ୍ବାଇର ଭିରାରରେ ଘଟିଛି ଏହି ଦୁଃଖଦ ଘଟଣା । ଝିଅ ଶୋଇଥିବା ବେଳେ ଏକୁଟିଆ ଛାଡି ବାପା ମା ସକାଳୁ ଘରୁ ବାହାରକୁ ଚାଲିଯାଇଥିଲେ । ହେଲେ ଝିଅର ନିଦ ଭାଙ୍ଗି ଯାଇଥିବା ବେଳେ ମାଆବାପାଙ୍କୁ ଖୋଜି ଝରକାରେ ଚଢିଯାଇଥିଲା । ଏହାପରେ ସେଠାରୁ ତଳକୁ ଖସି ପଡିଥିଲା । ମୁମ୍ବାଇ ଅନ୍ତର୍ଗତ ଭିରାରର ୱାଇକେ ନଗରରେ ନୂଆ ଭାବେ ନିର୍ମିତ ହୋଇଛି ୧୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ଯେଉଁ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ରହୁଥିଲେ ସୁରେଶ, ପତ୍ନୀ ମଣି ଓ ୪ ବର୍ଷର କନ୍ୟା ଦର୍ଶିନୀ ।

ଗତ ମଙ୍ଗଳବାର ସକାଳେ ଝିଅ ଶୋଇଥିବାବେଳେ ସ୍ୱାମୀଙ୍କୁ ଷ୍ଟେସନରେ ଛାଡିବା ଲାଗି ମଣି ସ୍କୁଟରରେ ଯାଇଥିଲେ । ସେମାନେ ଭାବିଥିଲେ ଷ୍ଟେସନରୁ ଫେରିବା ବେଳକୁ ଝିଅ ଉଠି ନଥିବ । ୩୦ ମିନଟ ପରେ ସେ ଫେରିବାବେଳକୁ ଦେଖିଥିଲେ ଆପାର୍ଟମେଣ୍ଟ ସାମ୍ନାରେ ଲୋକଙ୍କ ଭିଡ ଜମିଥିଲା । ସେ ସେଠାକୁ ଯାଇ ଦେଖନ୍ତି ତ ଆଉ କିଏ ନୁହେଁ, ତାଙ୍କ ଝିଅ ଦର୍ଶିନୀର ମୃତଦେହ ପଡିଛି । ଯାହାକୁ ଦେଖି ସେଠାରେ ଲୋକେ ରୁଣ୍ଡ ହୋଇଛନ୍ତି । ଘରେ କେହି ନଥିବାରୁ ପିଲାଟି ଖୋଲାଥିବା ଝରକା ଦେଇ ଉପରକୁ ଉଠିଯାଇଥିଲା ଏବଂ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିଜ ପ୍ରଥମ ଝିଅକୁ ହରାଇ ଦୁଃଖରେ ଭାଙ୍ଗିଛନ୍ତି ମାଆବାପା ।

Advertisement

Leave a Reply

Your email address will not be published. Required fields are marked *