Pratidin TV

Odisha's Digital News Platform

ବିମାନ ଧକ୍କାରେ ଚାଲିଗଲା ୪୦ ରାଜହଂସଙ୍କ ଜୀବନ ..

ମଝି ଆକାଶରେ ଉଡୁଥିଲା ବିମାନ । ଠିକ ଏତିକିବେଳେ ଘଟିଲା ବଡ଼ ଅଘଟଣ । ବିମାନରେ ପିଟିହୋଇ ଚାଲିଗଲା ୪୦ଟି ରାଜହଂସଙ୍କ ଜୀବନ । ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ମୁମ୍ବାଇର ଘାଟକୋପର ଠାରୁ ୪୦ ରାଜହଂସଙ୍କ ମୃତଦେହ ଉଦ୍ଧାର କରାଯଇଛି । ଦୁବାଇରୁ ଆସୁଥିବା ଏମିରଟ୍ସର ଗୋଟିଏ ବିମାନ ଧକ୍କାରେ ଏତେ ବଡ଼ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି। ବିମାନଟି ସୋମବାର ରାତିରେ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ ହେଁ ଏହା ଆଉ ରାତିରେ ଉଡ଼ାଣ କରି ନଥିଲା । ବିମାନର ଯାଞ୍ଚ ପାଇଁ ଏହାର ଉଡ଼ାଣକୁ ବାତିଲ କରାଯାଇଥିଲା ।

ଏଥିପାଇଁ ଅନେକ ଯାତ୍ରୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରାତି କାଟିବାକୁ ପଡ଼ିଥିଲା । ମଙ୍ଗଳବାର ରାତି ୯ଟା ବେଳେ ଏମିରଟ୍ସର ୫୦୯ ବିମାନ ଯାତ୍ରୀଙ୍କୁ ନେଇ ଦୁବାଇ ଗସ୍ତ କରିବ। ନିୟମ ଅନୁସାରେ, ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଯାତ୍ରୀମାନଙ୍କର ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର ଜଙ୍ଗଲ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହଗୁଡ଼ିକ ମିଳିଥିବା ସ୍ଥାନରୁ ରାଜହଂସଗୁଡ଼ିକର ନମୁନା ସଂଗ୍ରହ କରାଯାଇଛି । ସେହିପରି ଜଙ୍ଗଲ ବିଭାଗର ଆଉ ଗୋଟିଏ ଟିମ ଏମିରଟ୍ସ ବିମାନ ଚଳାଉଥିବା ପାଇଲଟଙ୍କ ବୟାନ ରେକର୍ଡ କରିବ ଜଣା ପଡିଛି ।ରାଜହଂସଗୁଡ଼ିକ ଏକାଠି ହୋଇ ଥାନେ ସ୍ଥିତ ଅଭ୍ୟାୟରଣ୍ୟକୁ ଯାଉଥିଲେ। ଏହି ସମୟରେ ବିମାନ ସହ ସେମାନଙ୍କର ଧକ୍କା ହୋଇଥିଲା ଫଳରେ ୪୦ ରାଜହଂସଙ୍କ ମୃତ୍ୟ ହୋଇଥିଲା ।

Leave a Reply

Your email address will not be published. Required fields are marked *