Pratidin TV

Odisha's Digital News Platform

ଖାଦ୍ୟରେ ଅପମିଶ୍ରଣ : ଅସୁସ୍ଥ ହେଲେ ୪୦ ଜଣ ଛାତ୍ରୀ

1 min read

କେନ୍ଦୁଝର : ଗତକାଲି କେନ୍ଦୁଝର ଜିଲ୍ଲା ରାଇସୁଆଁ ସରକାରୀ ହାଇସ୍କୁଲରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଉକ୍ତ ବିଦ୍ୟାଳୟର ଛାତ୍ରୀ ନିବାସର ପ୍ରାୟ ୪୦ ଜଣ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତନ୍ମଧ୍ୟରୁ ୧୩ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।


ସୂଚନା ଅନୁ୍‌ଯାୟୀ ଗତକାଲି ସନ୍ଧ୍ୟାରେ ଛାତ୍ରୀ ନିବାସରେ ଥିବା ମୋଟ ୪୦ ଜଣ ଛାତ୍ରୀଙ୍କର ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ହୋଇଥିଲା । ଏହାପରେ ସେମାନଙ୍କୁ ତୁରନ୍ତ ତେଲକୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାପରେ ୨୭ ଜଣଙ୍କ ସ୍ୱାସ୍ଥ ଅବସ୍ଥାରେ ଅଳ୍ପ ସୁଧାର ଆସିଥିବାବେଳେ ୧୩ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଡାକ୍ତରଙ୍କ କହିବା ଅନୁଯାୟୀ ଛାତ୍ରୀମାନଙ୍କ ଏପରି ଅବସ୍ଥା ଦୂଷିତ ପାନୀୟ ଜଳ କିମ୍ବା ଖାଦ୍ୟର ଅପମିଶ୍ରଣ ହ୍ୱାରା ହୋଇଛି ।

Advertisement


ସେହିପରି ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ସେମାନେ ଗତକାଲି ରାତିରେ ସୁଜି ଖାଇଥିଲେ । ଏବଂ ପ୍ରତ୍ୟକଦିନ ପରି ଆକ୍ୱାଗାର୍ଡ ପାଣି ପିଇଥିଲେ । ଏହା କେଉଁ କାରଣରୁ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ଅନ୍ୟପଟେ ନିଜ ଛୁଆ ମାନଙ୍କର ଏପରି ସ୍ୱାସ୍ଥ ଅବସ୍ଥା ନେଇ ହଷ୍ଟେଲ କତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଅଭିଭାବକ । ଉକ୍ତ ଘଟଣାର ଶ୍ରୀଘାତିଶ୍ରୀଘ୍ର ଜାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *