ଗଣେଶ ପୂଜା ଭୋଗ ଖାଇ ଅସୁସ୍ଥ ହେଲେ ଗାଁ ଲୋକ …
1 min readବାହାନଗା : ଭୋଗ ଖାଇ ଅସୁସ୍ଥ ହେଲେ ଗ୍ରାମବାସୀ । ଚିକିତ୍ସାଲୟରେ କରାଗଲା ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ସରସ୍ବତୀଆ ଗାଁରେ ଘଟିଛି ଏଭଳି ଅଘଟଣ । ଯାହା ପରେ ଗାଁରେ ଭୋଗକୁ ନେଇ ଏକ ପ୍ରକାରର ଭୟର ବାର୍ତ୍ତାବରଣ ସୃଷ୍ଟି ହୋଇଛି ।
ଗତକାଲି ପୁରା ଦେଶରେ ଗଣେଶ ପୂଜା ଧୁମ ଧାମରେ ପାଳନ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବେସ୍ ଆଡମ୍ବର ସହ ବିଭିନ୍ନ ଜାଗାରେ ପାଳନ ହୋଇଥିଲା ଏହି ପର୍ବ । ତେବେ ବାହାନଗା ବ୍ଲକ ସରସ୍ୱତୀଆ ଗାଁରେ ମଧ୍ୟ ଗତକାଲି ଗଣେଶ ପୂଜାର ଆୟୋଜନ ହୋଇଥିଲା । ପୂଜା ସରିବା ପରେ ପେଣ୍ଡାଲ ପାଖରେ ଥିବା ଲୋକମାନଙ୍କୁ ମଧ୍ୟ ଭୋଗ ବଣ୍ଟା ଯାଇଥିଲା । କିନ୍ତୁ ଗତକାଲି ରାତିରୁ ଗାଁରେ ଅନେକ ଲୋକମାନଙ୍କର ଛାଡାବାନ୍ତି ହୋଇଥିଲା ଆଜି ଭୋର ସମୟରେ ଜଣାପଡିଲା ଯେ କେବଳ ଯେଉଁମାନେ ଭୋଗ ଖାଇଛନ୍ତି ସେମାନଙ୍କର ହିଁ ଛାଡା ବାନ୍ତି ହୋଇଛି । ତେଣୁ ଗାଁର ଲୋକେ ତୁରନ୍ତ ସମସ୍ତଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଆସିଥିଲେ । ଏବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଖାପାଖି ତିରିଶ ଜଣ ଚିକିତ୍ସା ହେଉଛନ୍ତି । ଏଥିସହ ଗାଁକୁ ଗୋଟିଏ ମେଡିକାଲ ଟିମ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ।
ରୋଗୀଙ୍କ କହିବା କଥା ଗତକାଲି ଯେଉଁମାନେ ଭୋଗ ଖାଇଛନ୍ତି ସେହିମାନେ ହିଁ ଝାଡା ବାନ୍ତିର ଆକ୍ରାନ୍ତ ହୋଇଛନ୍ତି । ତେବେ ଝାଡାବାନ୍ତିରେ ଗାଁର ୪୦ଜଣ ଆକ୍ରାନ୍ତ ହୋଇଛନ୍ତି । ଏବେ ଗାଁରେ ୨୦ ଜଣ ଚିକିତ୍ସା ହୋଉଥିବା ବେଳେ ମେଡିକାଲରେ ୨୦ ଜଣ ଚିକିତ୍ସା ହେଉଛନ୍ତି । ଆକ୍ରାନ୍ତ ମାନେ, ହେଲେ, ଧରିତ୍ରୀ ଜେନା, ମୁକ୍ତିକାନ୍ତ ଜେନା, ଗାୟତ୍ରୀ ଜେନା, ସରିତା ଜେନା, ରାଜେଶ ଜେନା, ଦିବ୍ୟସିଂ ଦାସ, ସତ୍ୟବ୍ରତ ଜେନା, ସବିତା ଜେନା, ସୁଧାକର ଜେନା, ରଞ୍ଜିତା ଜେନା, ଚିନ୍ମୟୀ ଜେନା, ପ୍ରମୁଖ, ଅସୁସ୍ଥ ଥିଵାର ଜଣାପଡ଼ିଛି ।