Pratidin TV

Odisha's Digital News Platform

୪୦ ପଦ ସ୍ୱୀକୃତି….ବେଆଇନ ଭାବେ ହେଲେ ଅଧିକ ନିଯୁକ୍ତି….ଦିଲ୍ଲୀ ଏଲ୍‌ଜି ନିର୍ଦ୍ଦେଶ ପରେ ୨୨୩ କର୍ମଚାରୀ ହେଲେ ବିଦା

1 min read

ଦିଲ୍ଲୀ ମହିଳା କମିଶନ କର୍ମଚାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉପରାଜ୍ୟପାଳ | ପୁରା ଆକ୍ସନ ମୋଡ଼ରେ ପରାଜ୍ୟପାଳ ବିନୟ ସାକ୍ସେନା। ଦିଲ୍ଲୀ ମହିଳା ଆୟୋଗରୁ ବିଦା ହେଲେ ୨୨୩ କର୍ମଚାରୀ | ଏହି ନିର୍ଦ୍ଦେଶ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଦିଲ୍ଲୀ ମହିଳା ଆୟୋଗରୁ ୨୨୩ କର୍ମଚାରୀଙ୍କୁ ହଟାଇବା ପଛର କାରଣ ବର୍ଣନା କରି ଅଭିଯୋଗ ହୋଇଛି ଯେ ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ଦିଲ୍ଲୀ ଉପରାଜ୍ୟପାଳ ବିନା ଅନୁମତିରେ ଏହି କର୍ମଚାରୀମାନଙ୍କୁ ନିଯୁକ୍ତି କରିଛନ୍ତି | ଯେତେବେଳେ କି ସେମାନଙ୍କୁ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ନିଜେକ୍ଟି କରିବର କ୍ଷମତା ନ ଥିଲା | ଏହା ମଧ୍ୟ କୁହାଯାଇଛି ଯେ କେବଳ ୪0 ଜଣଙ୍କୁ DCW ଅଧିନିୟମ ଅନୁମୋଦନ କରାଯାଇଛି |

ଡିସିଡବ୍ଲ୍ୟୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ନିଯୁକ୍ତି ପୂର୍ବରୁ ଜରୁରୀ ପଦବୀଗୁଡ଼ିକର କୌଣସି ମୂଲ୍ୟାଙ୍କନ କରାଯାଇ ନଥିଲା। ଏଥିସହ ଅତିରିକ୍ତ ଆର୍ଥିକ ବୋଝ ପାଇଁ ଅନୁମତି ମଧ୍ୟ ନିଆଯାଇ ନଥିଲା। ଏହା ୨0୧୭ ରେ LG ରେ ଦାଖଲ ହୋଇଥିବା ଅନୁସନ୍ଧାନ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *