ଲଗାଣ ବର୍ଷାରେ ଭୁଶୁଡ଼ିଲା ୪୦ ବର୍ଷର ବେଗୁନିଆ ପୋଲ…..
1 min readବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ବେଗୁନିଆ ଗ୍ରାମପାଞ୍ଚୟତକୁ ସଂଯୋଗ କରୁଥିବା ୪୦ ବର୍ଷର ପଥର ଯୋଡ ପୋଲ ଭୁଶୁଡି ପଡିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ ହେବା ସହ ଲୋକମାନଙ୍କ ଦୈନନ୍ଦିନ ଯିବା ଆସିବା ରାସ୍ତା ବନ୍ଦ ହୋଇଯାଇଛି। ଏହି ପୋଲ ୪୦ବର୍ଷ ପୁରୁଣା ହୋଇଥିବାରୁ ତିନୋଟି ଗ୍ରାମର ଲୋକ ଏହି ପୋଲ ଉପରେ ନିର୍ଭର କରି ଚଳନ୍ତି ।
ସ୍କୁଲ ପିଲାଠୁ ଆରମ୍ଭ କରି ,ଆମ୍ବୁଲାନ୍ସ ,ଦୁଇ ଚକିଆ ଯାନ ମଧ୍ୟ ଏହି ରାସ୍ତା ଦେଇ ଯାଇଥାନ୍ତି । ତେଣୁ କହିବାକୁ ଗଲେ ଏହି ପୋଲ ହେଉଛି ତିନୋଟି ଗ୍ରାମର ମୁଖ୍ୟ ରାସ୍ତା । ଯଥା ଶୀଘ୍ର ଏହି ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସି ଦାବି କରିଛନ୍ତି ।
ଘଟଣା ସ୍ଥଳରେ ସ୍ଥାନୀୟ ବିଜେଡି ନେତା ୧୩ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟ ଗୋତିକୃଷ୍ଣ ନନ୍ଦ ,ବିଜେଡି ବିଧ୍ୟାୟକ ପ୍ରାଥି ସନ୍ତୋଷ ଖଟୁଆ ପହଁଞ୍ଚି ପୋଲର ଶୀଘ୍ର କିପରି ମରାମତି ହୋଇପାରିବ ଏଥି ସହ ନୂତନ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ଜଣାଯାଇଛି ଏବଂ ଖୁବ ଶୀଘ୍ର ଏହାର ନିର୍ମାଣ ଆରମ୍ଭ ହେବ ବୋଲି ସ୍ଥାନୀୟ ଗ୍ରାମବାସୀଙ୍କୁ କହିଥିଲେ।