Pratidin TV

Odisha's Digital News Platform

ଜନ୍ମରୁ ପୋଲିଓରେ ଅଞ୍ଜଳି ହରାଇଛନ୍ତି ଗୋଡ , ୪୦ ବର୍ଷ ପରେ ବି ମିଳିନାହିଁ ପ୍ରଶାସନିକ ସୁବିଧା ।

1 min read

ଜଗତସିଂହପୁର ; ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତ ଶାଳଗାଁ ଗ୍ରାମର ଧୀରେନ୍ଦ୍ର ଭୂୟା ଙ୍କ ଝିଅ ଅଞ୍ଜଳି ଭୂୟାଁ । ଜନ୍ମ ହେବା ସମୟରେ ପୋଲିଓ ରୋଗରେ ଆକ୍ରାନ୍ତ ହେବାରୁ ଦୁଇଟି ଯାକ ଗୋଡ଼ ସମ୍ପୂର୍ଣ ବଙ୍ଗା ହୋଇଯିବାରୁ ଦୁଇ ଗୋଡ଼ ସାହାଯ୍ୟ ରେ ଅଞ୍ଜଳି ଚାଲିବା ଆଉ ସମ୍ଭବ ହୋଇନଥିଲା । ଦୁଇ ହାତ ସାହାଯ୍ୟ ରେ ଘୁଷୁରୀ ଘୁଷୁରୀ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିଲା । ଏହି ଭିନ୍ନକ୍ଷମ ଯୁବତୀ ର ବୟସ ଚାଳିଶି ବର୍ଷରୁ ଉର୍ଦ୍ଧ ହେବ ।

ବୃଦ୍ଧ ବାପ ଧୀରେନ୍ଦ୍ର ଙ୍କୁ ଛାଡିଦେଲେ ଭିନ୍ନକ୍ଷମ ଝିଅ ଅଞ୍ଜଳି ର ସହାଭାରସା ବୋଲି କେହି ନାହାନ୍ତି । ବାପ ବୃଦ୍ଧ କାଳେ ମୁଲ ମିହନ୍ତ ଲାଗି ଯାହାକିଛି ରୋଜଗାର କରେ ସେଥିରେ ବାପ, ଝିଅ ଦୁଃଖ କଷ୍ଟେ ଚଳିଯାଆନ୍ତି । ହେଲେ ସମସ୍ତ ସରକାରୀ ଯୋଜନାରୁ ଅଞ୍ଜଳି ବଞ୍ଚିତ । ଶତ ପ୍ରତିଶତ ଭିନ୍ନକ୍ଷମ ସାଟିଫିକେଟ ଡକ୍ଟର ପ୍ରଦାନ କରିଛନ୍ତି । କିନ୍ତୁ ଭିନ୍ନକ୍ଷମ ଭତା, ଆବାସ ବାସଗୃହ, ରେସନ କାର୍ଡ ଆଦି ସବୁଥିରୁ ବଞ୍ଚିତ ଅଞ୍ଜଳି । ଅଞ୍ଜଳି ର ଦୁଃଖ ବୁଝିବାକୁ କେହି ନାହାନ୍ତି ।

Advertisement

ଅଞ୍ଜଳିର ଏହି ଦୁଃଖଦ ସମୟରେ ଦେବଦୂତ ସାଜି ଆଶ୍ରିବାଦ ସେବା ସଂଗଠନ ର ସଭାପତି ଜଗନ୍ନାଥ ବେହେରା ଅଞ୍ଜଳି ର ବିଭିନ୍ନ ସମସ୍ୟା କୁ ନେଇ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅଞ୍ଜଳି କୁ ବେଟାରୀ ଚଳିତ ସ୍କୁଟି ପ୍ରଦାନ କରାଗଲେ ଅଞ୍ଜଳି ସ୍ୱାବଲମ୍ବୀ ହୋଇପାରିବ ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *