୧୩ ବର୍ଷର ଝିଆରୀକୁ ନେଇ ଘରୁ ଫେରାର୍ ହୋଇଗଲା ମଉସା …
1 min readକେନ୍ଦ୍ରାପଡା ; ୧୩ ବର୍ଷର ଝିଆରୀକୁ ନେଇ ଘରୁ ଫେରାର୍ ହୋଇଗଲା ମଉସା । ୮ ଦିନ ହେବ ଖୋଜି ଖୋଜି ନୟାନ୍ତ ପରିବାର । ଶେଷରେ ନିରୂପାୟ ହୋଇ ଥାନାରେ ଅଭିଯୋଗ ଆଣିଲା ଝିଅର ମା କଲ୍ୟାଣୀ ଦାସ । ସେ ଥାନାରେ ଅଭିଯୋଗ ଆଣିଛନ୍ତି ଯେ – ତାଙ୍କ ସାନ ଭଉଣୀର ସ୍ୱାମୀ ତାଙ୍କର ୧୩ ବର୍ଷର ଝିଅକୁ ନେଇ କେଉଁଆଡେ ଚାଲିଯାଇଛି । ଆଠଦିନ ହେବ ଖୋଜି ଖୋଜି ଖୋଜି ଶେଷରେ ପରିବାର ଥାନାରେ ଅଭିଯୋଗ କରି ନ୍ୟାୟ ପାଇଁ ଚାହିଁ ବସିଛି । ଅଭିଯୋଗକାରୀ କଲ୍ୟାଣୀ ଙ୍କ କହିବା ଅନୁଯାୟୀ ତାଙ୍କ ଶାଶୁ ଘର ନିକିରାଇ , ଶାଶୁ ଘରେ ଅସୁବିଧା ହେତୁ ସେ ତାଙ୍କ ଦୁଇ ଝିଅ ଜୟନ୍ତୀ (୧୩ ବର୍ଷ )ଓ ମାଳତୀ (୧୧ ବର୍ଷ ) କୁ ନେଇ ବାପ ଘର କୋର ଗାଁରେ ରୁହନ୍ତି ।
ଆଉ ସେମାନେ ଚାରିଭଉଣୀ , ଭାଇନାହିଁ ତେଣୁ ମଝିଆ ଭଉଣୀ ଶେଫାଳି କୁ ଇନ୍ଦୁପୁର ଧୁମନ୍ତ ଗାଁର ନୀରା ମଲ୍ଲିକ କୁ ଘରଜୋଇଁଆ ଭାବରେ ବିବାହ କରାଇ ବାପ ଘରେ ରଖିଥିଲେ । ଆଉ ଗୋଟିଏ ପରିବାର ଭଳି ସମସ୍ତେ ଚଳୁଥିଲେ । ହେଲେ ୮ ଦିନ ତଳେ ମୋ ଭଉଣୀ ଜ୍ୱାଇଁ ଝିଅକୁ ୪୦ ବର୍ଷର ନୀରଞ୍ଜନ ମଲ୍ଲିକ ମୋ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଝିଅ ଜୟନ୍ତୀ କୁ କୁଆଡେ ନେଇଯାଇଛି ଆମେ ପାଉନୁ ବୋଲି କହିଛନ୍ତି ନାବାଳିକା ଝିଅର ମା । ଆଉ ମଉସା ଝିଆରୀ ପବିତ୍ର ସମ୍ପର୍କ କୁ କଳଙ୍କର ଛିଟା ଲଗାଇଦେଇଛି ମଉସା ନୀରା ବୋଲି ମଧ୍ୟ ସେ କାହିନ୍ଦି କାନ୍ଦି କହିଛନ୍ତି । ଏହି ସମୃକ୍ତ ଘଟଣା ଅଞ୍ଚଳ ବାସୀଙ୍କୁ ସ୍ତବ୍ଧ କରିଦେଇଛି । ତେବେ ଏପରି ଏକ ଦୃସ୍ୟ ଦେଖିବାକୁ ମିଳିଛି ନିକିରାଇ ଥାନା ଅଧିନସ୍ତ କୋର ଗାଁ ଦଳିତ ସାହିରେ । ଆଜି ଝିଅର ଫଟ କୁ ଦେଖି ଆଖିରୁ ଲୁହ ଗଡ଼ାଉଛନ୍ତି ମା କଲ୍ୟାଣୀ ।
ଅନ୍ୟପକ୍ଷରେ ଝିଅର ବାପା ପୁରୁଷତ୍ତମ ଦାସ କହିଛନ୍ତି ଯେ ମୋ ଝିଅ ସହିତ ତା ମଉସା ନୀରା ମଲ୍ଲିକର କି ସଂପର୍କ ମୁଁ ଜାଣିନି ହେଲେ ସେ କଣ ପାଇଁ ମୋ ଝିଅକୁ କେଉଁଆଡେ ନେଇଯାଇଛି ଆମେ ଖୋଜି ଖୋଜି ନିରାଶ ହୋଇ ଥାନାରେ ରିପୋଟ କରି ନିରୁପାୟ ହୋଇ ଘରେ ବସିଛୁ । ଯଦି କୌଣସି ବ୍ୟକ୍ତି ମୋ ଝିଅ କିମ୍ବା ଏହି ନୀରା ମଲ୍ଲିକର ସନ୍ଦାନ ପାଆନ୍ତି ତେବେ ଥାନା କୁ ନଚେତ ( ୬୨୯୧୮ ୮୬୨୮୭ ) ଏହି ନମ୍ବରରେ ଜଣାଇବା ପାଇଁ ଅନୁରୋଧ କରିଛନ୍ତି ।