Pratidin TV

Odisha's Digital News Platform

ପଞ୍ଜାବରୁ ଓଡିଶାକୁ ଚୋରା ଚାଲାଣ ହେଉଥିଲା ୪୦୦୦ କଫ୍ ସିରଫ, ମାଡବସିଲା ପୋଲିସ…

1 min read

ବଲାଙ୍ଗିରରେ ଦିନକୁ ଦିନ ବୃଦ୍ଧି ପାଉଛି କଫ ସିରଫ ଚୋରା ଚାଲାଣ । ଆଜି ପୁଣି ପଞ୍ଜାବରୁ ଓଡିଶାକୁ କଫ ସିରଫ ଚୋରା ଚାଲାଣ ହେଉଥିବା ମାଡିବସିଲା ପୋଲିସ । ସମ୍ବଲପୁର ରୋଡ଼ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ୪୦୦୦ କଫ ସିରଫ୍ ବୋତଲକୁ ଜବତ କରିବା ସହ ଏହି ମାମାଲାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ଏନେଇ ଏସ୍ପି ରିଷିକେଶ ଖିଲାରୀ ଆଜି ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସ୍ପିଙ୍କ ସୂଚନା ଅନୁସାରେ ଜବତ ୪୦୦୦ ବୋତଲ କଫ ସିରଫ ପଂଜାବ ରାଜ୍ୟର ମହାଲି ଠାରୁ ସମ୍ବଲପୁର ରାସ୍ତା ଦେଇ ଆସୁଥିଲା । ଏହି ଚୋରା ଚାଲାଣ ନେଇ କୈାଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ପରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଟାଉନ ଥାନା ଆଇଆଇସିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବଲାଙ୍ଗିର ଟାଉନ ପୋଲିସ ଏକ ଟିମ୍ ଗଠନ କରିବା ସହ ଚଢାଉ କରିଥିଲା । ଚଢାଉରେ ୪୦୦୦ ବୋତଲ କଫ ସିରଫ୍ ଓ ଘଟଣାରେ ବ୍ୟବହୃତ ୩ ଟି ଗାଡ଼ିକୁ ପୋଲିସ ଜବତ କରିଛି । ତା’ ସହ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ପୁଇଁତଲା ଥାନା ଅର୍ନ୍ତଗତ ଭୁର୍ସିପାଲିର ରଂଜନ ସ୍ୱାଇ ଓ ରମାକାନ୍ତ ସ୍ୱାଇଁ ହୋଇଥିବା ବେଳେ କୁଲ୍ଥିପାଲିର ପଦ୍ମନାଭ ପ୍ରଧାନ ଓରଫ ପିଙ୍କୁ ଏବଂ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ହାତିଶାଲ ପଡ଼ାର ପରମେଶ୍ୱର ଖର୍ସେଲ ଓ ସୁବାଶିଷ ବାଗ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଗ୍ରାମର ସିବାଶିଷ ଅଭିଜିତ ସାହୁ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ଶ୍ରୀ ଖୀଲାରୀ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *