Pratidin TV

Odisha's Digital News Platform

ତାଲାନଗରୀରୁ ଅଯୋଧ୍ୟାକୁ ଆସିଲା ୪୦୦ କିଲୋଗ୍ରାମର ତାଲା

ନୂଆଦିଲ୍ଲୀ ; ଆଉ ମାତ୍ର ୩ ଦିନର ଅପେକ୍ଷା । ତାପରେ ମନ୍ଦିରରେ ଭକ୍ତଙ୍କୁ ଦର୍ଶନଦେବେ ରାମଲାଲା । ଜାନୁଆରୀ ୨୨ ରେ ଉତ୍ସବମୁଖର ହେବ ସାରା ଭାରତବର୍ଷ । ଖୁସିରେ ଶ୍ରଦ୍ଧାରେ ଭକ୍ତିରେ ଝୁମିବେ ଶ୍ରୀରାମଙ୍କ ଭକ୍ତ । କାହିଁକି ନା ଦୀର୍ଘ ବର୍ଷର ସ୍ୱପ୍ନ ଅଯୋଧ୍ୟା ବାସୀଙ୍କ ଆଖି ସାମ୍ନାରେ ସତ ହେବାକୁ ଯାଉଛି । ରାମମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇବେ ପ୍ରଭୁ ରାମଲାଲା ।
ଏନେଇ ଭକ୍ତମାନେ ଦିନ ଗଣନା କରୁଥିବା ବେଳେ ୪୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ବିଶ୍ୱର ସର୍ବବୃହତ ତାଲା ଶୁକ୍ରବାର ଅର୍ଥାତ୍ ଆଜି ଆଲିଗଡରୁ ଅଯୋଧ୍ୟାକୁ ପଠାଯାଇଛି । ରୀତିନୀତି ଅନୁଯାୟୀ ପୂଜା କରିବା ପରେ ଆଲିଗଡର ନୋରଙ୍ଗାବାଦ ନିବାସୀ ମହମ୍ମଦଲେଶ୍ୱର ଅନ୍ନପୂର୍ଣ୍ଣା ଭାରତୀ ପୁରୀ ଆଜି ଅଯୋଧ୍ୟାକୁ ତାଲା ନେଇ ଆସିଛନ୍ତି । ତେବେ ତାଲାଟିକୁ ଦେଖିବାପାଇଁ ଭକ୍ତମାନଙ୍କ ଅନେକ ଭିଡ ଜମିବାର ନଜର ଆସିଛି । ଏହା ସହ ସେଠାରେ ଏକତ୍ରିତ ହୋଇ ଜୟ ଶ୍ରୀ ରାମ ମଧ୍ୟ ଜପ କରିଛନ୍ତି।

ଦୁଇବର୍ଷ ପୂର୍ବେ ଏକ ବୃଦ୍ଧ ଦମ୍ପତି ସତ୍ୟ ପ୍ରକାଶ ଶର୍ମା ଏବଂ ତାଙ୍କ ପତ୍ନୀ ରୁକ୍ମଣୀ ଶର୍ମା ଆଲିଗଡର ନୋରଙ୍ଗାବାଦର ବାସିନ୍ଦା ଥିଲେ । ଦୁହେଁ ମିଶି ଏହି ତାଲାଟିକୁ ଆରମ୍ଭ କରିଥିଲେ । ନିକଟରେ ସତ୍ୟପ୍ରକାଶଙ୍କର ଦେହାନ୍ତ ହୋଇଛି । ତାଙ୍କର ଇଛାଥିଲା ଯେ ଏହି ତାଲାଟିକୁ ଅଯୋଧ୍ୟା ରାମ ମନ୍ଦିରକୁ ପଠାଯାଉ । ଅନ୍ୟପଟେ ମହାମାଣ୍ଡଲେଶ୍ୱର ଅନ୍ନପୂର୍ଣ୍ଣା ଭାରତୀ ପୁରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ତାଲା ଦୁନିଆର ସବୁଠୁ ବଡ ତାଲା ଅଟେ । ଏହାକୁ ତିଆରି କରିବା ପାଇଁ ଯେଉଁ ପରିଶ୍ରମ ଲାଗିଛି ତାହାକୁ କଳ୍ପନା କରିହେବ ନାହିଁ ।

ସତ୍ୟ ପ୍ରକାଶ ଶର୍ମା ତାଲା ପୂରଣ କରିବା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏହି ତାଲା ତିଆରି କାମ ଅଦା ରହିନଥିଲା । ଅମେ ସମସ୍ତେ ମିଶି ଏହାକୁ ସମାପ୍ତ କରିଛୁ । ସେ ଆଉ ମଧ୍ୟ କହିଛନ୍ତି ଯେ ଏହି ତାଲା ଆଲିଗଡକୁ ଏହାର ଲକ୍ /ତାଲା ବ୍ୟବସାୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ କରିବ । “ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲିଗଡକୁ ତାଲା ନଗରୀ (ଲକ୍ ସହର) ବୋଲି ଡାକନ୍ତି ।

ଭଗବାନ ରାମଙ୍କ ପାଦଦେଶରେ ବିଶ୍ୱର ସର୍ବବୃହତ ତାଲା ଉପସ୍ଥାପନା କରିବାର ଉଦେଶ୍ୟ ହେଉଛି ଆଲିଗଡକୁ ଏକ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା । ସମଗ୍ର ଦେଶ ତଥା ବିଦେଶରୁ ଯେଉଁ ଲୋକମାନେ ଆସିବେ ଏହି ତାଲାକୁ ଦେଖି ଆଲିଗଡର ପ୍ରଶଂସା କରିବେ । ଯାହା ଆଲିଗଡର ତାଲା ବ୍ୟବସାୟକୁ ବୃଦ୍ଧି କରାଇବ । ଏହି ପଦକ୍ଷେପ ଆଲିଗଡ ସହରକୁ ମଧ୍ୟ ଆର୍ଥିକ ଅଭିବୃଦ୍ଧ ଯୋଗାଇବ ।

Leave a Reply

Your email address will not be published. Required fields are marked *