Pratidin TV

Odisha's Digital News Platform

ଆଜିଠୁ ରିମାଣ୍ଡରେ ଯିବ ୪୯ ଲୈଲାଙ୍କ ମଜନୁ , ଖୋଲିବ ବିଧବା ମହିଳାଙ୍କୁ ଫସାଇବାର ସବୁ ମାଷ୍ଟରପ୍ଲାନ୍ …..

1 min read

ପୋଲିସ ଫାସରେ ଏବେ ଯାଜପୁର ଜିଲ୍ଲାର ଫେମସ୍ ମଜନୁ । ୫ ଜଣଙ୍କୁ ବିବାହ କରିବା ପରେ ଲାଇନ୍‌ରେ ରଖିଥିଲା ଆଉ ୪୯ ଜଣଙ୍କୁ ।

ପାଞ୍ଚ ମହିଳାଙ୍କୁ ବିବାହ କରି ମଉଜ କରୁଥିବା ମଜନୁ ସତ୍ୟଜିତ ମାନଗୋବିନ୍ଦ ସାମଲର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଅଗଷ୍ଟ ୩ ତାରିଖ ଦିନ ସତ୍ୟଜିତକୁ ପୁଲିସ ଗିରଫ କରି ଠକ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର ଓ ବୁଲେଟ୍ ଗ୍ଦଷ ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ ସହ ବିବାହ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଜବତ କରିଛି । ସେ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ଠକୁଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ୍ କରି ଟଙ୍କା ଠକେଇ କରୁଥିଲା। ମହିଳାଙ୍କୁ ଫସାଇ ବାହା ହେବା ପରେ ଲୋନ୍ ନେଇ ମଉଜ କରୁଥିଲା। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଏମିତି ଘଟଣା ଜଣାପଡିବା ପରେ ନିଜେ ପୋଲିସ ମ୍ୟାଡାମ ସାଜିଥିଲେ ପ୍ରେମିକା ଆଉ ନିଜ ପ୍ରେମ ସହ ଟଙ୍କା ଲୋଭ ଦେଖା ଫସାଇଥିଲେ ମଜନୁ କୁ ।

Advertisement

ତେବେ ସତ୍ୟଜିତକୁ ନିଜ ପ୍ରେମ ଜାଲରେ ଫସାଇ ଓଡିଶା ଡକାଇଥିଲେ ପୋଲିସ ମ୍ୟାଡାମ୍ । ଏହାପରେ ତାକୁ ଅଗଷ୍ଟ ୩ ତାରିଖରେ ଗିରଫ୍ କରିବା ପରେ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ୟାପିଟାଲ୍ ଥାନା ପୁଲିସ୍। ତେବେ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ଆଜିଠୁ ସତ୍ୟଜିତକୁ ରିମାଣ୍ଡରେ ନିଆଯିବ।। ସତ୍ୟଜିତ କେବଳ ୫ ମହିଳାଙ୍କୁ ବିବାହ କରିଛି ନା ଆହୁରୀ ଅଧିକ ମହିଳା, ଆଉ ସେ କେଉଁ ମହିଳାଙ୍କୁ କାହିଁକି ର୍ଟାଗେଟ୍ କରିଛି ଏନେଇ ଆଜି ମୁହଁ ଖୌଲିବ ସତ୍ୟଜିତ ।

Leave a Reply

Your email address will not be published. Required fields are marked *