Pratidin TV

Odisha's Digital News Platform

ରାଜଧାନୀର ରାସ୍ତା ଉପରେ ଯୁବଗୋଷ୍ଠୀଙ୍କ ଉତ୍ପାତ , ଭିଡିଓ ଭାଇରାଲ ପରେ ୫ ଗିରଫ, ୨ କାର ଜବତ …

ରାଜଧାନୀର ଛାତି ଉପରେ ଉଦ୍‌ଭ୍ରାନ୍ତ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ। ଟ୍ରାଫିକ ନିୟମକୁ ଫୁ କରି ଭୁବନେଶ୍ବର ରାଜରାସ୍ତାରେ ସାଜିଛନ୍ତି ହିରୋ । ନାଁ ଅଛି ଭୟ ନାଁ ଅଛି ଡର । ନିଜ ଜୀବନ କୁ ପାଣି ଛଡାଇ ଜନଗହଳି ରାସ୍ତାରେ ମନଇଛା ଗାଡ଼ି ଚଳାଇଲେ ସେହି ଉଦ୍‌ଭ୍ରାନ୍ତ ଚାଳକ  । ଜନ ଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ବୃତ୍ତଙ୍କ ବେପରୁଆ ଗାଡି ଚାଳନା ଦେଖି ଅନ୍ୟ ଯାତ୍ରୀ ଆତଙ୍କିତ ହୋଇ ପଡିଛନ୍ତି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରିଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କର ଆଉ କିଛି ସାଥୀ ମଧ୍ୟ ଅଛନ୍ତି। ନିଜ ଜୀବନକୁ ବିପଦରେ ପକାଇବା ସହିତ ଅନ୍ୟର ଜୀବନକୁ ବି ମୃତ୍ୟମୁଖରେ ପକାଇବାକୁ ଏମାନେ ପଛାଇ ନାହାନ୍ତି  । ଅଭିଯୁକ୍ତମାନେ ମୋଟ ୪ଟି କାର ରେ ଧାଡ଼ି ବାନ୍ଧି ରାସ୍ତାରେ ଯାଉଥିଲେ ।

  ୪ଟିରୁ ଗୋଟିଏ କାର୍‌ ଫୁଟ୍‌ପାଥ୍‌କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା । କିଛି କାର୍‌ରେ ସନ୍‌ରୁଫ୍ ଖୋଲି ଯୁବକମାନେ ଉପରେ ବସିଥିଲେ  । ଉପରେ ବସି ଜୋରରେ ଚିତ୍କାର କରୁଥିଲେ ।ସେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରୁ କେହି ନିଜ ମୋବାଇଲ ଫୋନ୍‌ରେ ଉକ୍ତ ଦୃଶ୍ୟକୁ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

ଏହି ଭିଡିଓଟି ସତ୍ୟନଗର ବିଏମସି ଅଫିସ ସମ୍ମୁଖରୁ ରୂପାଲି ଛକ ମଧ୍ୟରେ ରେକର୍ଡ କରାଯାଇଥିଲା । ତେବେ ଏହି ଭିଡିଓ ଭାଇରଲ ହେବା ପରେ ଏବେ ଆକ୍ସନ ମୋଡ଼ରେ କମିଶନରେଟ ପୁଲିସ । ଘଟଣାର ଖୋଳତାଡ଼ କରି  ବର୍ତ୍ତମାନ ବେପରୁଆ ଗାଡ଼ିଚାଳନା ଘଟଣାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି।

Leave a Reply

Your email address will not be published. Required fields are marked *