Pratidin TV

Odisha's Digital News Platform

ସୁନା ବ୍ୟବସାୟୀଙ୍କ ଘରେ ଚଢ଼ାଉ ମିଳିଲା ୫ କୋଟି ନଗଦ, ୧୦୦ କିଲୋ ଗହଣା

1 min read

ସୁନା ବ୍ୟବସାୟୀଙ୍କ ଜଘରୁ ମିଳିଲା ନଗଦ ୫ କୋଟି ଟଙ୍କା ସହ ୧00 କିଲୋର ଗହଣା | କର୍ଣାଟକରୁ ଜଣେ ବ୍ୟବସାୟୀଙ୍କ ଘରୁ ମିଳିଛି ନଗଦ ୫ କୋଟି ୬0 ଲକ୍ଷ ଟଙ୍କା ଏହା ସହ ୩ କିଲୋ ସୁନା ୧0୩ କିଲୋ ରୂପା ଗହଣା ଏବଂ ୬୮ ଟି ରୂପା ଖଣ୍ଡ ମଧ୍ୟ ମିଳିଛି | ଲୋକସଭା ନିର୍ବାଚନ ପୂର୍ବରୁ ପୋଲିସ ବିଭିନ୍ନ ସ୍ଥାନରୁ ଚଢ଼ାଉ କରୁଥିବା ସମୟରେ ବେଲାରଇ ସହରରୁ ଟଙ୍କା ଓ ଗହଣା ମିଳିଛି | ତେବେ ଏହି ସବୁର ମୂଲ୍ୟ ୭ କୋଟି ୬0 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି |

ପୁଲିସ୍‌ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ନରେଶଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ବିପଳ ପରିମାଣର ଚାନ୍ଦି, ସୁନା, ଟଙ୍କା ଆଦି ଜବତ ହୋଇଛି। ତେବେ ଏନେଇ କୌଣସି ବୈଧ ଡକ୍ୟୁମେଣ୍ଟ ନରେଶ ଦେଖାଇ ପାରି ନ ଥିଲେ। ଫଳରେ ତାଙ୍କୁ ପୁଲିସସ୍‌ ଘରୁ ଉଠାଇ ନେଇ ବାନ୍ଧିଥିବା ଜଣାଯାଇଛି। ଏନେଇ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲଇ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *