Pratidin TV

Odisha's Digital News Platform

ସାବଧାନ! ରେଷ୍ଟୁରାଣ୍ଟରେ ଖାଇବା ପରେ ମାଉଥ ଫ୍ରେଶନର ଖାଆନ୍ତି କି? ତେବେ ଏହି ଘଟଣା ଜାଣିବା ପରେ ଆଉ ଖାଇବେନି…

1 min read

ସାଧାରଣ ଭାବେ ସମସ୍ତେ ଖାଇବା ପରେ କିଛି ଚଟର ପଟର ଖାଇଥାନ୍ତି | ଯେପରି କହିବକୁ ଗଲେ କିଏ ମିଠା ଜିନିଷ ଖାଇବକୁ ଭଲ ପାଏ ତ କିଏ ଚକୋଲେଟ | କିନ୍ତୁ ଯେତେବେଳେ ରେଷ୍ଟୁରାଣ୍ଟ ଯାଇଥାଉ ସେଠାରେ ଖାଇବା ସାରିବା ପରେ ସେଠାରେ କର୍ମୀମାନେ ନିହାତି ମାଉଥ ଫ୍ରେଶନର ଖାଇବାକୁ ଦେଇଥାନ୍ତି | ଏବଂ ଖାଇବା ସରିଲା ପରେ ତାହା ଶେଷରେ ଖାଇବା ପରେ ଖାଇବା ସମ୍ପୂର୍ଣ ହେଲା ପରି ଲାଗିଥାଏ | ସେହିପରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ସାଙ୍ଗମାନଙ୍କ ସହ ରେଷ୍ଟୁରାଣ୍ଟ ଯାଇଥିଲେ ଖାଇବକୁ | ହସ ଖୁଶିରେ ଖାଇଥିଲେ | ଖାଦ୍ୟ ଖାଇବା ପରେ ଘଟିଥିଲା ଅଘଟଣ | ଏପରି ଘଟଣା ଗୁରୁଗ୍ରାମର ରେଷ୍ଟୁରାଣ୍ଟରେ ଘଟିଛି | ଯେଉଁ ଖବର ଶୁଣିଲେ ହେବେ ଆଶ୍ଚର୍ଯ୍ୟ | ମାଉଥ ଫ୍ରେଶନର ଖାଇବା ପରେ ହଠାତ ୫ ଜଣକ ସ୍ୱାସ୍ଥ୍ୟ ଅବସ୍ଥା ହୋଇଥିଲା ଖରାପ | ପରେ ତାଙ୍କୁ ତୁରନ୍ତ କରାଯାଇଥିଲା ଡାକ୍ତରଖାନରେ ଭର୍ତ୍ତି |

ସୂଚନା ମୁତାବକ, ଅଙ୍କିତ କୁମାର ତାଙ୍କ ସ୍ତ୍ରୀ ଏବଂ ସାଙ୍ଗ ମାନଙ୍କ ସହ ଡିନର ପାଇଁ ଲା ଫରେଷ୍ଟ କ୍ୟାଫେ ଯାଇଥିଲେ | ଯେତେବେଳେ ସେମାନେ ଖାଦ୍ୟ ଖାଇବା ସାରିବା ପରେ ମାଉଥ ଫ୍ରେଶନର ଖାଇଥିଲେ ତାଙ୍କ ପାଟିରେ ପୋଡ଼ିଲା ପରି ଅନୁଭବ ହୋଇଥିଲା | ଏହାପରେ ସେମାନେ ରକ୍ତବାନ୍ତି କରିବା ଆରମ୍ଭ କରିଥିଲେ | ଏହାପରେ ସେମାଙ୍କୁ ତୁରନ୍ତ ଡାକ୍ତରଖାନରେ ଚିକତ୍ସା ପାଇଁ ନିଆଯାଇଥିଲା | ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ଅଧିକ ଗୁରୁତର | ଅଙ୍କିତଙ୍କ ସ୍ତ୍ରୀ ତାଙ୍କ ଛୋଟ ଶିଶୁକୁ କୋଳରେ ଧରିଥିବାରୁ ମାଉଥ ଫ୍ରେଶନର ଖାଈନଥିଲେ |

Advertisement

ଯନ୍ତ୍ରଣା ସହ ରକ୍ତବାନ୍ତି କରିଥିବା ଅଙ୍କିତ କୁମାର କହିଥିଲେ, “ସେମାନେ ମାଉଥ ଫ୍ରେଶନରରେ କ’ଣ ମିଶାଇଛନ୍ତି ଆମେ ଜାଣିନୁ। ଏହାକୁ ଖାଇବା ପରେ ଆମେ ସମସ୍ତେ ବାନ୍ତି କରିଛୁ। ସମସ୍ତଙ୍କ ଜିଭ କଟି ଯାଇଛି। ପାଟି ଜଳିବାରେ ଲାଗିଛି। ଆମେ ଜାଣିନୁ ସେମାନେ କେଉଁ କେମିକାଲ ଦେଇଛନ୍ତି।” ଏକଥା କହିବା ପରେ ସେ କାଫେରେ ଥିବା ଅନ୍ୟମାନଙ୍କୁ ପୁଲିସ୍‌କୁ ଖବର ଦେବାକୁ କହିଥିଲେ।

ପୀଡିତା ପୋଲିସରେ ଅଭିଯୋଗ ପରେ କରିଥିଲେ | ତେବେ ତଦନ୍ତ ପରେ ଜଣାପଡିଥିଲା ତାହା ମାଉଥ ଫ୍ରେଶନର ନୁହେଁ ତାହା ଶୁଖିଲା ବରଫ ତଥା ଡ୍ରାଏ ଆଇସ ଥିଲା | ଏହା ହେଉଛି କାର୍ବନ ଦଇଅକ୍ସାଇଡର ଅଂଶ | ଏହାକୁ କୁଲିଙ୍ଗ ଏଜେଣ୍ଟ ଭାବରେ ବ୍ୟବହୃତ ହୋଇଥାଏ | ଏହାକୁ ବର୍ତ୍ତମାନ ମେଡିକାଲ୍ରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ତଥା ହୋଟେଲ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ କିଛିରେ ବ୍ୟବହୃତ ହେଲାଣି | ତେବେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *