ମହାରାଷ୍ଟ୍ର ନିର୍ବାଚନରେ MVAର ୫ ଗ୍ୟାରେଣ୍ଟି; ମହିଳାଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା, କୃଷକଙ୍କୁ ଋଣ ଛାଡ଼ ଘୋଷଣା
1 min readନଭେମ୍ବର ୨0 ରେ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡି (MVA) ବୁଧବାର ୫ଟି ଗ୍ୟାରେଣ୍ଟି ଘୋଷଣା କରିଛି। ‘ମହାଲକ୍ଷ୍ମୀ ଯୋଜନା’ ଅଧୀନରେ ତାଙ୍କ ସରକାର ଗଠନ ପରେ ମହିଳାମାନଙ୍କ ପାଇଁ ମାସକୁ ୩ ହଜାର ଟଙ୍କା ଏବଂ ଚାଷୀଙ୍କ ପାଇଁ ୩ ଲକ୍ଷ ଟଙ୍କା ଛାଡ କରିବାକୁ ଘୋଷଣା କରାଯାଇଛି। ଏହା ବ୍ୟତୀତ, ଏହି ୫ଟି ଗ୍ୟାରେଣ୍ଟିରେ ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା, ଜାତି ଅନୁଯାୟୀ ଜନଗଣନା କରିବା ଏବଂ ୫0 ପ୍ରତିଶତ ସଂରକ୍ଷଣର ସୀମା ରଦ୍ଦ ହେବାର ପ୍ରତିଶୃତି ରହିଛି।
ମହାରାଷ୍ଟ୍ରରେ ମହାବିକାଶ ଅଗାଡ଼ି ଭୋଟରଙ୍କୁ ଆକୃଷ୍ଟ କରିବାକୁ କିଛି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି। ଯେଉଁଥିରେ ମହିଳା, କୃଷକ ଏବଂ ଯୁବ ପିଢ଼ିଙ୍କୁ ଗୁରୁତ୍ୱ ଦିଆଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଶିବସେନା(ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ ଏବଂ ଏନ୍ସିପି(ଏସ୍) ପ୍ରମୁଖ ଶତର ପାଓ୍ବାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଯେଉଁଠି ବିରୋଧୀ ଦଳ ନିଜର ଘୋଷଣାପତ୍ର ଜାରି କରିଥିଲେ।
୧ . ମହାଲକ୍ଷ୍ମୀ- ମହିଳାଙ୍କୁ ମାସିକ ୩ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ପୂରା ମହାରାଷ୍ଟ୍ରରେ ବସଗୁଡ଼ିକରେ ମାଗଣା ପରିବହନ ସୁବିଧା ମିଳିବ।
୨ . କୃଷି ସମୃଦ୍ଧି- ପୂରା ମହାରାଷ୍ଟ୍ରରେ ସମସ୍ତ କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରାଯିବ। ଏହା ବ୍ୟତୀତ ନିୟମିତ ଋଣ ପରିଶୋଧ କରୁଥିବା କୃଷକଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।
୩. ଯୁବକନ୍ନା ଶବ୍ଦ- ମହାରାଷ୍ଟ୍ରରେ ବେରୋଜଗାର ଯୁବକଙ୍କୁ ମାସିକ ୪ ହଜାରର ସହାୟତା ରାଶି ପ୍ରଦାନ କରାଯିବ।
୪ . କୁଟୁମ୍ବ ରକ୍ଷଣ- ମହାରାଷ୍ଟ୍ରର ସବୁ ପରିବାରକୁ ୨୫ ଲକ୍ଷ ଟଙ୍କାର ରିହାତି ସ୍ଵାସ୍ଥ୍ୟ ବୀମା ପ୍ରଦାନ କରାଯିବ। ସରକାରୀ ହସ୍ପିଟାଲ୍ ଗୁଡ଼ିକରେ ଆବଶ୍ୟକ ଔଷଧ ପ୍ରଦାନ କରାଯିବ।
୫.ସମାନତା ହାମୀ- ଅବହେଳିତ ଅବସ୍ଥାରେ ଥିବା ସମୁଦାୟର ରକ୍ଷା ଓ ସେମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ମହାରାଷ୍ଟ୍ରରେ ସାମାଜିକ-ଆର୍ଥିକ ଜାତି ଜନଗଣନା କରାଯିବ। ଜାତି ଗଣନା ପରେ ଏମଭିଏ ସଂରକ୍ଷଣ ଉପରୁ ୫୦ ପ୍ରତିଶତ ସୀମା ହଟାଇ ଦେବ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଅବସରରେ କହିଛନ୍ତି ଯେ ଦେଶର ବର୍ତ୍ତମାନର ରାଜନୀତି ହେଉଛି ଆରଏସଏସ / ବିଜେପିର ଧାରଣା ଏବଂ ବିରୋଧୀ ଦଳ ‘ଭାରତ’ ମଧ୍ୟରେ ଲଢେଇ। ସେ ଦାବି କରିଛନ୍ତି ଯେ ବିଜେପି ସର୍ବସାଧାରଣରେ କହୁନାହିଁ ଯେ ଏହା ସମ୍ବିଧାନକୁ ରଦ୍ଦ କରିବାକୁ ଚାହୁଁଛି, କିନ୍ତୁ ଏହାକୁ ଦୁର୍ବଳ କରିବା ପାଇଁ ଗୁପ୍ତ ଭାବେ କାର୍ଯ୍ୟ କରୁଛି।