ନିଛାଟିଆ ରାସ୍ତା ଦେଖି ଛଡାଇନେଉଥିଲେ ଗାଡି , ହାଇୱା ଲୁଟେରାଙ୍କ ବାନ୍ଧିଲା ପୋଲିସ..
1 min readବାଲେଶ୍ୱର : ହାଇୱେ ଲୁଟର ପର୍ଦାଫାସ କଲା ପୁଲିସ। ନିଛାଟିଆ ରାସ୍ତାଦେଖି ଯାତ୍ରୀ ମାନଙ୍କଠାରୁ ଛଡାଇନେଉଥିଲେ ଗାଡି ଏବଂ ଅନ୍ୟାନ ଜିନିଷ । ତେବେ ଆଜି ବାଲେଶ୍ଵରରେ ୫ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଅଭିଯୁକ୍ତଙ୍କଠାରୁ ଗୋଟିଏ ଟାଟା ଏସି ଗାଡି, ପାୱାର ଟିଲର ମେଶନାରୀ ପାର୍ଟସ, ଗୋଟିଏ ରୟାଲ ଏନଫିଲ୍ଡ, ଗୋଟିଏ ହୋଣ୍ଡା ଆକ୍ଟିଭା, ଗୋଟିଏ ହିରୋ ମାଇଷ୍ଟ୍ରୋ, ୧୧ଟି ସ୍ମାଟ ଫୋନ, ୫ଟି କିପେଡ ଫୋନ, ଗୋଟିଏ ଟାବଲେଟ, ୨ଟି ପେନ ଡ୍ରାଇଭ, ଅନେକ ଗୁଡିଏ ଏଟିଏମ କାର୍ଡ, ୪ଟି ୱାଲେଟ, ଗୋଟିଏ ବ୍ଲୁଟୁଥ, ଗୋଟିଏ ଟେଷ୍ଟର ଓ ଗୋଟିଏ ଲାପଟପ ବେଗ ଜବତ କରିଛି ପୋଲିସ ।
ଅଭିଯୁକ୍ତମାନେ ଖନ୍ତାପଡା ଠାରୁ ରୂପସା ପର୍ଯ୍ୟନ୍ତ ହାଇୱେରେ ନିଛାଟିଆ ସ୍ଥାନ ଦେଖି ଯାତାୟତ କରୁଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିଲେ। ଗତ ୨୮.୪.୨୩ରେ ବାଲେଶ୍ଵର ସଦର ଥାନାରେ ୩ଟି ଲୁଟ ଅଭିଯୋଗ ଓ ଖନ୍ତାପଡା ଥାନାରେ ଗୋଟିଏ ଲୁଟ ଅଭିଯୋଗ ପରେ ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।
ଜିଲ୍ଲାର ବିଭିନ୍ନ ଲୁଟ ତଥା ଅଧିକାଂଶ ହାଇୱେ ଲୁଟରେ ଅଭିଯୁକ୍ତ ମାନେ ସମ୍ପୃକ୍ତ ଥିବା ବାଲେଶ୍ଵର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହିତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ର ପ୍ରଚେଷ୍ଟା ମଧ୍ୟ ଜାରି ରହିଥିବା ଏସପି କହିଛନ୍ତି।