Pratidin TV

Odisha's Digital News Platform

ଲାଗିନଥିଲା ଜଗା ଡୋରୀ ! ପୁରୀ ଆସୁଥିବା ବେଳେ ଅଧାବାଟରେ ପୋଲ ତଳକୁ ଖସିଲା କାର୍ …

ବାଲେଶ୍ୱର : ଜଗାକୁ ଦର୍ଶନ କରିବାକୁ ଆସି ଦୁର୍ଘଟଣାର ଶୀକାର ହେଲା ପୂରା ପରିବାର । ପଶ୍ଚିମବଙ୍ଗରୁ କିଛି ଭକ୍ତ ଜଗା ଦର୍ଶନ ପାଇଁ ଏକ କାର ଯୋଗେ ପୁରୀ ଆସିଥିଲେ । କିନ୍ତୁ ଅଧାବାଟରେ ଘଟିଯାଇଥିଲା ଅଘଟଣ । ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସିପଡିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ପଶ୍ଚିମବଙ୍ଗରୁ ଗୋଟେ ପରିବାର ପୁରୀ ଅଭିମୁଖେ କାର୍ ଯୋଗେ ଆସୁଥିଲା । ଏହି ସମୟରେ ତଳନଗର ନିକଟରେ କାରଟି ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ସମୁଦାୟ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *