Pratidin TV

Odisha's Digital News Platform

ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ, ୫ଆହତ

1 min read

ପାହାଡ଼ ଗନ୍ଦିରେ ଲୁଚି ଆଟାକ କଲେ ଆତଙ୍କୀ | ଘନଘନ ଗୁଳିମାଡ଼ରେ ସହିଦ ହେଲେ ୫ ଜଣ ଯବାନ | ଜାମ୍ମୁର ଏନ ଗାଦିକୁକ ଆଟାକ କରିଛନ୍ତି ଆତଙ୍କବାଦୀ | ଯେଉଁ ଆଟାକରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆତ ହୋଇ ଏବେ ଜୀବନ ସହ କରୁଛନ୍ତି ସଂଘର୍ଷ |

। ସୂଚନା ଅନୁସାରେ ସେନା ଗାଡିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ । ଅଧିକାରୀ ମାନେ କହିଛନ୍ତି ଯେ କାଠୁଆ ସହରଠାରୁ ୧୫୦ କିଲୋମିଟର ଦୂରରେ ଥିବା ମାଚେଡି-କିଣ୍ଡଲି-ମହ୍ଲାର ରାସ୍ତାରେ ସେନା ଗାଡି ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ସୋମବାର ଏଭଳି ଘଟଣା ଘଟିଥିଲା । ଗତକିଛି ଦିନ ହେବ ଘାଟିରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ଯେଉଁ କାରଣରୁ ଏବେ କାଶ୍ମୀରରେ ସେନା ପକ୍ଷରୁ ଆତଙ୍କୀ ନିପାତ ଅଭିଯାନ ଜୋରଦାର କରାଯାଇଛି | ୨ ଦିନ ମଧ୍ୟରେ କୂଳୁଁଗ୍ରାମରେ ଲୁଚି ରହିଥିବା ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯିବା ପରେ ପୂର୍ବରୁ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ବର୍ତ୍ତମାନ ୫ ଜଣ ସହିଦ ହୋଇଛନ୍ତି |

ଇତି ମଧ୍ଯରେ ଆତଙ୍କବାଦୀ ସଂଗଠନ ଜୈସ୍-ଇମହମ୍ମଦର ଛାୟା ସଂଗଠନ ‘କାଶ୍ମୀର ଟାଇଗର୍ସ’ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି । ରିପୋର୍ଟ ଅନୁସାରେ, ସୋମବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ କାଠୁଆ ସହରଠାରୁ ୧୫୦ କିମି ଦୂର ମଚେଡ଼ି-କିଣ୍ଡଲି-ମହ୍ଲାର ରୋଡ଼ରେ ସେନାର ଗାଡ଼ି ରୁଟିନ୍ ପାଟ୍ରୋଲିଂ କରୁଥିବାବେଳେ ଆତ‌ଙ୍କବାଦୀମାନେ ଅଚାନକ ଗାଡ଼ିକୁ ଘେରିଯାଇ ଆକ୍ରମଣ କରିଥିଲେ ।

ସୋମବାର ଆକ୍ରମଣ ପୂର୍ବରୁ ଜୁନ ୧୨ ଓ ୧୩ରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲା ସେନା । ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନ୍ୟ ଆତଙ୍କବାଦୀମାନେ ନିକଟ ଜଙ୍ଗଲକୁ ପଳାଇ ଯାଇଥିବା ସେନା ଖବର ପାଇ ଲଗାତାର ନଜର ରଖିଥିଲା । ଏହିକ୍ରମରେ ସେନା ଗାଡିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ଆତଙ୍କବାଦୀ ।

Leave a Reply

Your email address will not be published. Required fields are marked *