ମୋଦିଙ୍କ କ୍ୟାବିନେଟରେ ହ୍ୟାଟ୍ରିକ ମାରିଲେ ୫ ମନ୍ତ୍ରୀ, ଜାଣନ୍ତୁ କେବେ କାହାକୁ ମିଳିଥିଲା କେଉଁ ମନ୍ତ୍ରାଳୟ….
1 min readରବିବାର ଦିନ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି | ମୋଦିଙ୍କ ହ୍ୟାଟ୍ରିକ ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ୫ ଜଣ ସାଂସଦ ଯେଉଁମାନେ ମୋଦିଙ୍କ ସହ ହ୍ୟାଟ୍ରିକ ମାରିଛନ୍ତି |
NDA ସହ ମନ୍ତ୍ରୀପଦ ପାଇବାରେ ହ୍ୟାଟ୍ରିକ ମାରିଥିବା ମନ୍ତ୍ରୀ ହେଉଛନ୍ତି,
ରାଜନାଥ ସିଂ:- ରାଜନାଥ ସିଂଙ୍କୁ ତୃତୀୟ ଥର ପାଇଁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିଛି । ନରେନ୍ଦ୍ର ମୋଦିଙ୍କ ପ୍ରଥା ପାଳି କ୍ୟାବିନେଟ ମନ୍ତ୍ରୀପଦରେ ରାଜନାଥ ସିଂଙ୍କୁ ଗୃହମନ୍ତ୍ରୀ ମିଳିଥିଲା | ଏହାପରେ ୨୦୧୯ ରେ ତାଙ୍କୁ ମୋଦୀ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଥିଲା । ଚଳିତ କ୍ୟାବିନେଟରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିବ ବୋଲି ଆଶା କରାଯାଉଛି ।
ନିର୍ମଳା ସୀତାରମଣ :- ନିର୍ମଳା ସୀତାରମଣ ତୃତୀୟ ଥର ପାଇଁ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ୨୦୧୪ ରେ ତାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ମିଳିଥିବା ବେଳେ ୨୦୧୭ ରେ କିନ୍ତୁ ତାଙ୍କ ରକ୍ଷା ମନ୍ତ୍ରଣାଳୟ ମିଳିଥିଲା । ପରେ ୨୦୧୯ ରେ ତାଙ୍କୁ ଅର୍ଥମନ୍ତ୍ରଣାଳୟ ମିଳିଥିଲା । ଚଳିତ କ୍ୟାବିନେଟରେ ମଧ୍ୟ ତାଙ୍କୁ ସ୍ଥାନ ମିଳିଛି ।
ନୀତିନ ଗଡକରୀ : ନୀତିନ ଗଡକରୀ ମଧ୍ୟ ତୃତୀୟ ଥର ପାଇଁ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ୨୦୧୪ ରେ ମୋଦୀ କ୍ୟାବିନେଟରେ ସଡକ ଓ ପରିବହନ ମନ୍ତ୍ରଣାଳୟ ମିଳିଥିଲା ଦ୍ୱିତୀୟ ପାଳିରେ ମଧ୍ୟ ସମାନ ମନ୍ତ୍ରଣାଳୟ ପାଇଥିଲେ ଗଡକରୀ । ଚଳିତ କ୍ୟାବିନେଟରେ ମଧ୍ୟ ତାଙ୍କୁ ସ୍ଥାନ ମଳିଛି ।
ପୀୟୁଷ ଗୋଏଲ :- ମୋଦି କ୍ୟାବିନେଟରେ ହାଟ୍ରିକ ମାରିଥିବା ସାଂସଦଙ୍କ ତାଲିକାରେ ପୀୟୁଷ ଗୋଏଲ ମଧ୍ୟ ରହିଛନ୍ତି | ରେ ହାଟ୍ରିକ ମାରିଥିବା ସାଂସଦଙ୍କ ତାଲିକାରେ ପୀୟୁଷ ଗୋଏଲଙ୍କ ନାମ ରହିଛି । ୨୦୧୪ ରେ ତାଙ୍କୁ କୋଇଲା ମନ୍ତ୍ରଣାଳୟ ମିଳିଥିଲା । ୨୦୧୬ ରେ ତାଙ୍କ ଖାଦ୍ୟ ମନ୍ତ୍ରଣାଳୟ, ୨୦୧୬ ରେ କିଛିଦିନ ପାଇଁ ତାଙ୍କୁ ଅର୍ଥମନ୍ତ୍ରଣାଳୟ ମଧ୍ୟ ମିଳିଥିଲା । ଏହାପରେ ୨୦୧୯ ମସିହାରେ ତାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ମିଳିଥିଲା । ଚଳିତ ବର୍ଷ କେଉଁ ମନ୍ତ୍ରୀପଦ ମିଳିବ ତାହା ସ୍ପଷ୍ଟ ହୋଇନାହିଁ |
କିରେନ ରିଜିଜୁ :- ମୋଦୀ କ୍ୟାବିନେଟରେ ତୃତୀୟ ଥର ପାଇଁ ଉତ୍ତର-ପୂର୍ବରୁ ଆସୁଥିବା କିରେନ ରିଜିଜୁ ବିଜେପିର ଜଣେ ବରିଷ୍ଠ ନେତା ସ୍ଥାନ ପାଇଛନ୍ତି | ୨୦୧୪ ରେ ଗୃହ ରାଜ୍ୟମନ୍ତ୍ରୀ ଓ ୨୦୧୯ ରେ ଅଳ୍ପସଂଖ୍ୟକ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ପଦ ମିଳିଥିଲା । ହେଲେ ୨୦୨୧ ରେ ତାଙ୍କୁ ଆଇନ ମନ୍ତ୍ରଣାଳୟ ମିଳିଥିଲା । ଏବେ ତୃତୀୟ ଥର ପାଇଁ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।