Pratidin TV

Odisha's Digital News Platform

ଟନେଲ ଭୁଶୁଡିବା ଘଟଣାରେ ୪୦ଜଣ ଶ୍ରମିକଙ୍କ ଭିତରେ ରହିଛନ୍ତି ୫ଜଣ ଓଡିଆ, ପାଇପ ଯୋଗେ ଦିଆଯାଉଛି ଖାଦ୍ୟ ସହ ଅମ୍ଲଜାନ..

1 min read

ଉତ୍ତରାଖଣ୍ଡର ଉତ୍ତରକାଶୀ ଯମୁନେତ୍ରୀରେ ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ । ଭୁଶୁଡ଼ିଥିବା ଟନେଲ ଭିତରେ ଫସିଥିବା ୪୦ ଜଣ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ହୋଇଥିବା ସୂଚନା ମିଳିଛି ।ଯୁଦ୍ଧକାଳୀନ ଭିତ୍ତିରେ ରାତି ତମାମ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ଅଲଗା ଶ୍ରମିକଙ୍କ ସହ ଟନେଲରେ ଫସିଥିବା ୫ଜଣ ଓଡ଼ିଆଙ୍କ ପରିଚୟ ମିଳିଛି । ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ୱେଶ୍ୱର ନାୟକ, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ । ଟନେଲ ଭୁଶୁଡ଼ିବା ପରେ ଗତକାଲିଠାରୁ ସମସ୍ତେ ଫସି ରହିଛନ୍ତି । ତେବେ ଟନେଲ ଭିତରେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ଟନେଲ ତଳେ ଫସିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଦଳ ।

ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ପୁଲିସ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠାଯାଉଛି । ଗତକାଲି ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା । ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ ।

Advertisement

ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା । ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଛି । ଟନେଲ ଭୁଶୁଡିବା ଘଟଣା ସର୍ମ୍ପକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପକ ସିଂହ ଧାମିଙ୍କ ସହ ଆଲୋଚନା କରି ସ୍ଥିତି ନେଇ ଅବଗତ ହୋଇଛନ୍ତି । ତଥ୍ୟ ଅନୁସାରେ ଉତ୍ତରାଖଣ୍ଡର ୨, ବିହାରରୁ ୪, ପଶ୍ଚିମବଙ୍ଗରୁ ୩, ଝାଡଖଣ୍ଡରୁ ୧୫ ,ଉତ୍ତର ପ୍ରଦେଶରୁ ଜଣେ ଓ ଓଡିଶାରୁ ୫ଜଣ ଶ୍ରମିକ ଏହି ତାଲିକାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *