Pratidin TV

Odisha's Digital News Platform

ମୁମ୍ଵାଇରେ ଖାଇକୁ ଖସିଲା ବସ୍ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪୨ ଆହତ

ଖାଇକୁ ଖସିପଡିଲା ବସ୍ | ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ହେଲେ ଆହତ | ତେବେ ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ଏଭଳି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି | ଏକ ବସ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି | ଫଳରେ ବସଟି ଖାଇ ଭିତରକୁ ଖସିପଡିଛି | ତେବେ ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି | ସମସ୍ତଙ୍କୁ ମୁମ୍ବାଇ ଏକ୍ସପ୍ରେସ ହାଇୱେ ନିକଟରେ ଏମଯେଏମ ହସ୍ପିଇଟଲରେ ଭର୍ତ୍ତି କରାଯାଇଛି |

ନଭି ମୁମ୍ବାଇ ଡିସିପି ପଙ୍କଜ କହିଛନ୍ତି ଯେ, ସମସ୍ତ ଭକ୍ତ ଏହି ବସରେ ଯାତ୍ରା କରୁଥିଲେ | ତେବେ ଏକାଦଶୀ ଅବସରରେ ଲୋକମାନେ ଘରୋଇ ବସରେ ପନ୍ଦରପୁର ଯାଉଥିଲେ | ତେବେ ଆଧାର ରାତିରେ ବସଟି ଟ୍ରାକ୍ଟର ସହିତ ମୁହାଁମୁହିଁ ଭାବେ ଧକ୍କା ହୋଇଥିଲା | ଯାହାପରେ ବସଟି ନିୟନ୍ତ୍ରଣ ହରାଇ ଏକ ଖାଇ ଭିତରକୁ ଖସିପଡିଥିଲା |

Leave a Reply

Your email address will not be published. Required fields are marked *