Pratidin TV

Odisha's Digital News Platform

ଓଡିଶା ଫେରିଲେ ଟନେଲରୁ ଉଦ୍ଧାର ହୋଇଥିବା ୪ଓଡିଶା ଶ୍ରମିକ..

1 min read

ଓଡ଼ିଶା ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୪ଓଡ଼ିଆ ଶ୍ରମିକ। ଗତକାଲି ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ତେବେ ଆଜି ୪ ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଣି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ଆଉ ଜଣେ ଶ୍ରମିକ ପରେ ଓଡିଶା ଆସିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହି ଶ୍ରମିକଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ।

ଉତ୍ତରକାଶୀ ଟନେଲରୁ ଉଦ୍ଧାର ହେବା ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗତକାଲି ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ । ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପଚାରି ବୁଝିଥିଲେ । ଉଦ୍ଧାର ହୋଇ ଆସିଥିବା ଶ୍ରମିକମାନେ ହେଲେ ମୟୂରଭଞ୍ଜ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁରା ଗାଁର ଧୀରେନ ନାଏକ , ଯୋଗୀବନ୍ଧ ଗାଁର ବିଶେଶ୍ୱର ନାଏ କ ଓ ନବରଙ୍ଗପୁରର ଭଗବାନ ବତ୍ରା ।

Leave a Reply

Your email address will not be published. Required fields are marked *