Pratidin TV

Odisha's Digital News Platform

କୋଲକାତାରେ ନିର୍ମାଣାଧୀନ ୫ ମହଲା କୋଠା ଭୁଶୁଡ଼ି ପଡ଼ିଲା, ୨ ଜଣ ମୃତ ସହ ୧୫ ଆହତ

ପଶ୍ଚିମବଙ୍ଗର କୋଲକାତାରେ ମଧ୍ୟରାତ୍ରିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୋମବାର ସକାଳେ ଦକ୍ଷିଣ କୋଲକାତାର ମେଟିଆବ୍ରୁଜରେ ଏକ ୫ ମହଲା କୋଠା ଭୁଶୁଡି ପଡିଛି। ରବିବାର ବିଳମ୍ବିତ ରାତିରେ ଗାର୍ଡେନ୍ ରିଚ୍ ଅଞ୍ଚଳର ହାଜାରୀ ମଲ୍ଲିକା ବାଗାନରେ ନିର୍ମାଣାଧୀନ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। କୋଠା ତଳେ ଚାପି ହୋଇଥିବା ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହାବାଦ ଆହୁରି ବହୁ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଇଛି। ଏହି ସଂଖ୍ୟା ବଢ଼ିବା ଆଶଙ୍କା କରାଯାଇଛି | ମୃତାହତମାନେ ଶ୍ରମିକ ବୋଲି ଜଣାପଡିଛି |

କୋଲକତା ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଗାର୍ଡେନ ରିଚ୍‌ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଗତ ରାତିରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ବିଲ୍ଡିଂ ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା। ସୂଚନା ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା | ଆହତ ହୋଇଥିବା ସମସ୍ତଙ୍କୁ ଉଦ୍ଧାର କରଯାଇ ହସ୍ପିଟାଲ ପଠାଯାଇଥିଲା | ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ବିଲ୍ଡିଂର କାର୍ଯ୍ୟ ଅବୈଧ ରୁପରରେ ନିର୍ମାଣ ହେଉଥିଲା | ତେବେ ପୋଲିସ ଏବେ ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି |

Leave a Reply

Your email address will not be published. Required fields are marked *