Pratidin TV

Odisha's Digital News Platform

ଭୁଶୁଡ଼ିଲା ୫ ମହଲା କୋଠା; ୭ ମୃତ,୧୫ ଆହତ

1 min read

ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ୫ ମହଲା କୋଠା। ଶନିବାର ଦିନ ଘଟିଛି ଏପି;ଏପରି ଘଟଣା | କୋଠା ଭୁଶୁଡ଼ିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହୁରି ଅନେକ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ଅନୁଯାୟୀ, ଶନିବାର ଦିନ ସଚିନ ପାଲି ଗାଁରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ୍ ଭୁଶୁଡି ପଡ଼ିଥିଲା। ଫଳରେ ଏହାର ତଳେ ଅନେକ ଲୋକ ଦବିଯାଇଥିଲେ | । ଭଗ୍ନାବଶେଷ ତଳୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଗତକାଲି ଅପରାହ୍ନ ଠାରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଛି | NDRF, SDRF ଦଳ କ୍ରମାଗତ ଭାବରେ ଉଦ୍ଧାରକାର୍ଯ୍ୟ କରୁଛନ୍ତି |

Advertisement

ସୁରଟ ଡିସିପି ରାଜେଶ ପରମାର କହିଛନ୍ତି ୧୨ ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟ ଚାଲିଛି | ୭ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି | ସୁରଟ ମହାନଗର ପାଳିକର ମେୟର, ଡେପୁଟି ମେୟର, ବିଜେପି ବିଧାୟକ ସନ୍ଦୀପ ଦେଶାୟି ଓ ବିରୋଧୀ ନେତା ସାକରିୟା ସମେତ ଅନ୍ୟ ନେତାମନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଦୀର୍ଘଦିନ ହେବ କୋଠାଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା। ଲଗାଣ ବର୍ଷା କାରଣରୁ କୋଠାଟି ଭୁଶୁଡ଼ିଛି। ଘର ମଧ୍ୟରେ କେତେ ଜଣ ଲୋକ ରହୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଏଫ୍‌ଏସ୍‌ଏଲ୍‌ ଟିମ୍‌ ମଧ୍ୟ ଯାଞ୍ଚ ଜାରି ରଖିଛି।
ପୋଲିସ ସୂଚନା ଅନୁସାରେ ଏହି କୋଠାଟିକୁ ୨୦୧୭ରେ ତିଆରି କରାଯାଇଥିଲା। ୩୨ଟି ଫ୍ଲାଟ୍‌ ଥିବା ଏହି ବିଲ୍ଡିଂରେ ଅଧିକାଂଶ ପରିବାର ଭଡାରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିଲେ। ତେବେ ଏହି ଭଗ୍ନାବଶେଷ ତଳେ ବହୁ ଲୋକ ଥିବା ଆଶଙ୍କା କରାଯାଉଛି |

Leave a Reply

Your email address will not be published. Required fields are marked *