ନଦୀରେ ଗାଧୋଇବାକୁ ଯାଇ ବୁଡିଗଲେ ୫ ଛାତ୍ର
1 min readଆନ୍ଧ୍ରପ୍ରଦେଶ : ସ୍କୁଲ ଛୁଟିଥିବାରୁ ନଦୀ ପାଣିରେ ଗାଧୋଇବାର ମଜା ନେବାକୁ ବୁଡିଗଲେ ୫ ଜଣ ଛାତ୍ର । ଜଣଙ୍କର ମୃତ ଦେହ ମିଳିଥିବା ବେଳେ , ୪ ନିଖୋଜଙ୍କର ଚାଲିଛି ଉଦ୍ଧାର କାର୍ଯ୍ୟ । ଏଭଳି ଏକ ହୃଦୟ ବିଦାରକ ଘଟଣା ଆନ୍ଧ୍ର ପ୍ରଦେଶର ବିଜୟୱାଡାର କୃଷ୍ଣ ଜିଲ୍ଲାରେ ଘଟିଛି ।
ସୂଚନା ଅନୁ୍ଯାୟୀ କୁଷ୍ଣ ଜିଲ୍ଲାର ୟେଟୁରୁ ଗ୍ରାମର ୭ ଜଣ ସପ୍ତମ ଶ୍ରେଣୀର ଛାତ୍ର ଆଜି କୃଷ୍ଣ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଅଜାଣତରେ ଛାତ୍ରମାନେ ନଦୀର ଗଭୀରତାକୁ ଭାସିଯାଇଥିଲେ । ଗଭୀରତା ଅଧିକ ଥିବାରୁ ୫ ଜଣ ଛାତ୍ର ସେଠାରେ ବୁଡିଯାଇଥିବାବେଳେ ୩ ଜଣ ଛାତ୍ର ପହଁରା ଦ୍ୱାରା ଭାସିଆସି କୂଳରେ ଲାଗିଯାଇଥିଲେ । ସ୍ଥାନୀୟ ବାସୀଙ୍କ ଖବର ପାଇ ଓଡ୍ରାଫ୍ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୪ ଜଣ ନିଖୋଜ ଅଛନ୍ତି । ସର୍କଲ ଇନ୍ସପେକ୍ଟର କହିଛନ୍ତି ଯେ ୭ ଜଣ ଛାତ୍ର କୃଷ୍ଣ ନଦୀରେ ଗାଧୋଇବାକୁ ଆସିଥିଲେ, ଯେଉଁଥିରୁ ୫ ଜଣ ବୁଡ଼ି ଯାଇଥିଲେ । ଅବଶିଷ୍ଟ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି । ବର୍ତମାନ ଜଣେ ଛାତ୍ରଙ୍କ ମୃତଦେହ ବାହାର କରାଯାଇଛି ଏବଂ ଚିହ୍ନଟ କରାଯାଇଛି । ନିଖୋଜ ଛାତ୍ରମାନଙ୍କର ବୟସ ୧୨ ରୁ ୧୩ ମଧ୍ୟରେ । ସମସ୍ତେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ ।
ସେହିଭଳି ଡିଏସପି ନନ୍ଦିଗାମା ଜି ନାଗେଶ୍ୱରା ରେଡ୍ଡୀଙ୍କ ସୂଚାନ ଅନୁଯାୟୀ ନିଖୋଜ ଛାତ୍ରମାନେ ହେଲେ ଅଜୟ, ଚରଣ, ବାଲାଏସୁ , ରାକେଶ ଏବଂ ସନ୍ନି ବୋଲି ଜଣାପଡିଛି । ଜୁଲାଇରେ ଆନ୍ଧ୍ରପ୍ରଦେଶରୁ ଏଭଳି ଘଟଣା ଘଟିଥିବା ବେଳେ ପାଂଚ ଜଣ ଇଞ୍ଜିନିୟରିଂ ଛାତ୍ର ଅନାକାପଲେ ଜିଲ୍ଲାରେ ବୁଡ଼ି ଯାଇଥିଲେ । ପରେ ସେମାନଙ୍କ ମୃତଦେହକୁ ଭାରତୀୟ ନୌସେନା ଉଦ୍ଧାର କରିଥିଲା ।