Pratidin TV

Odisha's Digital News Platform

ସ୍ୱାଧୀନତା ଦିବସ ପ୍ୟାରେଡ୍ ସମୟରେ ସ୍କୁଲରେ ଅଘଟଣ , ବେହୋସ୍ ହେଲେ ୫ ଛାତ୍ରୀ ।

ପ୍ୟାରେଡ଼ ବେଳେ ଗୁଳୁଗୁଳି ଯୋଗୁଁ ୫ଛାତ୍ରୀ ଅସୁସ୍ଥ । ଆନନ୍ଦପୁର ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ପ୍ୟାରେଡରେ ଭାଗ ନେଇଥିବା ପାଞ୍ଚ ଛାତ୍ରୀ ଅସୁସ୍ଥ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି।

ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡରେ ଭାଗନେବାକୁ ଆସିଥିବା ଗୋଟିଏ ବିଦ୍ୟାଳୟର ପାଞ୍ଚଜଣ ଛାତ୍ରୀ ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ । ସମସ୍ତ ଅସୁସ୍ଥ ଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଏବଂ ଦୀର୍ଘ ସମୟ ଧରି ପିଲାଙ୍କୁ ପଡ଼ିଆରେ ଠିଆ ହୋଇ ରହିବା ଯୋଗୁ ଛାତ୍ରୀ ମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *