Pratidin TV

Odisha's Digital News Platform

ଢେଙ୍କାନାଳ ସପ୍ତଶଯ୍ୟା ଜଙ୍ଗଲରେ ନିଖୋଜ ଥିବା ୫ ଛାତ୍ର ଉଦ୍ଧାର

ସପ୍ତଶଯ୍ୟା ପାହାଡରେ ନିଖୋଜ ହୋଇଯାଇଥିବା ୫ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଜଙ୍ଗଲ ନିକଟରେ ଏକ ସିରିତ କାରଖାନାରୁ ନିଖୋଜ ହୋଇଯାଇଥିବା ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବନବିଭାଗ ଓ ସଦର ପୋଲିସ ଟିମ । ରାତି ତମାମ ସର୍ଚ୍ଚ ଅପରେସନ ପରେ ପ୍ରାୟ ସାଢେ ଗୋଟାଏ ସମୟରେ ବହୁ ଖୋଜାଖୋଜି ପରେ ପାହାଡ ଉପରୁ ସମସ୍ତ ୫ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଗତକାଲି କଟକରୁ ଢେଙ୍କାନାଳର ପର୍ଯ୍ୟଟନ ସ୍ଥଳୀ ସପ୍ତଶଯ୍ୟାକୁ ବୁଲିବାକୁ ଆସିଥିଲେ । ଭୋଜିଭାତ କରି ଖାଇବା ପରେ ସପ୍ତଶଯ୍ୟା ପାହାଡ ଉପରକୁ ଚଢିଥିଲେ | ଏହି ୫ ଛାତ୍ର।କିନ୍ତୁ ପ୍ରବଳ ବର୍ଷା ହେବା ପରେ ପାହାଡ ଉପରେ ସେମାନେ ରହି ଯାଇଥିଲେ।ସେଠାରେ କାହାର ବି ଫୋନ ମଧ୍ୟ ଲାଗୁନଥିଲା। ସନ୍ଧ୍ୟା ହୋଇଯିବାରୁ ଆଉ ବାଟ ନପାଇ ଫେରି ପାରି ନଥିଲେ ଛାତ୍ରମାନେ । ତେବେ ବାଟବଣା ଛାତ୍ର ମାନଙ୍କ ମଧ୍ୟରେ କଟକରୁ ଚାରି ଜଣ ଓ ଢେଙ୍କାନାଳ ସଦର ଅଞ୍ଚଳର ଜଣେ ଥିବା ଜଣାପଡିଛି ।

ଖବର ପାଇବା ପରେ ଗତକାଲି ସନ୍ଧ୍ୟାରୁ ଢେଙ୍କାନାଳ ବନ ବିଭାଗର ୩ଟି ଟିମ ଓ ସଦରଥାନା ପୋଲିସ ପକ୍ଷରୁ ଖୋଜା ଖୋଜି ଜାରି ରହିଥିଲା। ଏହି ଛାତ୍ରମାନେ କଟକ ଲିଙ୍କ ରୋଡ଼ର ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ ଦାସ, ସୁଜିତ ସାହୁ ଓ ଲକି ଦାସ । ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି |

Leave a Reply

Your email address will not be published. Required fields are marked *