Pratidin TV

Odisha's Digital News Platform

ଦୁବାଇରୁ ଛୁଟିଲା ନିବେଶର ସୁଅ: ୟୁରିଆ ଫ୍ୟାକ୍ଟ୍ରିରେ ହେବ ୫ ହଜାର କୋଟି ନିବେଶ

1 min read

Odisha, June 25 (ANI): Odisha Chief Minister Naveen Patnaik inaugurating the Product Application and Development Centre, set up by Indian Oil Corporation Ltd (IOCL), via video conferencing, in Paradip on Thursday. (ANI Photo)

ଭୁବନେଶ୍ୱର: ଦୁବାଇରୁ ଛୁଟିଲା ନିବେଶର ସୁଅ। ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଅବସରରେ ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ୱାନ ଟୁ ୱାନ ସାକ୍ଷତ ହୋଇଥିଲା। କୁଏତର NBTC ଗ୍ରୁପର ଏମ୍‌ଡି କେ ଜି ଆବ୍ରହମଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ। NBTC ଗ୍ରୁପ ୟୁରିଆ ପ୍ଲାଣ୍ଟରେ ୫ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଭିତ୍ତିଭୂମି ଓ କୁଶଳୀ ଶ୍ରମିକ ଯୋଗାଣ ସହ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ତବ୍ରିଡ୍‌ ଗ୍ରୁପର ଏମ୍‌ଡି ଡ. ୟୁସିଫ ଅଲ୍‌ ହମାଦିଙ୍କୁ ସାକ୍ଷତ କରିଥିଲେ ମୁଖ୍ୟମନ୍ତ୍ରୀ। ତବ୍ରିଡ୍‌ ଗ୍ରୁପ ଭୁବନେଶ୍ୱର ICT କ୍ୟାମ୍ପସରେ ଏକ ହଜାର କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି। ପ୍ରକଳ୍ପ ପାଇଁ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ। ଶୋଭା ରିୟଲିଟି ମଧ୍ୟ ମେଟାଲୁର୍ଜି ଏବଂ ହସ୍ପିଟାଲିଟି ସେକ୍ଟରେ ୫ ହଜାର କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ସରାଫ ଗ୍ରୁପର ଇବ୍ରାହିମ୍‌ ସରଫା। ସରଫ ଗ୍ରୁପ ଲଜିଷ୍ଟିକ ସେକ୍ଟରରେ ନିବେଶ ପାଇଁ ଦେଇଥିବା ପ୍ରସ୍ତାବକୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *