Pratidin TV

Odisha's Digital News Platform

ମାଛ ଧରିବା ପାଇଁ ବିଛାଇଥିଲେ ବିଦ୍ୟୁତ୍ ତାର , ପାଦ ପକାଇ ଚାଲିଗଲା ୫ ବର୍ଷ ଶିଶୁର ଜୀବନ ।

1 min read

ମୟୁରଭଞ୍ଜ ; ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାତୀଗୋଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧୀରୋଳ ଗ୍ରାମରେ ଶନିବାର ଦିନ ବିଦ୍ୟୁତ ଆଘାତରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣଙ୍କ ହେଉଛନ୍ତି ଗୋବିନ୍ଦ ମୁର୍ମୁଙ୍କ ୫ ବର୍ଷର ପୁଅ ମାସାଙ୍ଗ ମୁର୍ମୁ।

ସୂଚନା ଅନୁଯାୟୀ ଧୀରୋଳ ଗ୍ରାମରେ ଚନ୍ଦ୍ରମୋହନ ମାରାଣ୍ଡି ଏକ ପୋଖରୀ ନିଲାମ ନେଇ ମାଛ ଚାଷ କରିଛନ୍ତି। ଲିଜଧାରୀ ଚନ୍ଦ୍ରମୋହନ ୩୦ ତାରିଖ ଶନିବାର ସେହି ପୋଖରୀରୁ ମାଛ ଧରିବା ପାଇଁ ପାଣି ନିଷ୍କାସନ କରିବାକୁ କିଛି ଦୁରରେ ଥିବା ଲକ୍ଷ୍ମୀଧର ଦାସ୍ ଙ୍କ ଘରୁ ତାର ଟାଣି ବିଦ୍ୟୁତ୍ ସଂଯୋଗ ଆଣି ଟୁଲୁ ପମ୍ପ ଲଗାଇଥିଲେ। ପମ୍ପ ସହିତ ଯୋଡ଼ାଣି ଜାଗା ରେ ବ୍ଲାକ ଟେପ ଲଗାଇ ନଥିଲେ । ସ୍କୁଲ ନିକଟରେ ଥିବା ସେହି ପୋଖରୀକୁ ମାସାଙ୍ଗ ସକାଳ ପ୍ରାୟ ୯ ଟା ସମୟରେ ଆସିଥିଲା। ବାଳକଟି ଅସାବଧାନତା ଯୋଗୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତ ପାଇ ସେହିଠାରେ ହିଁ ମୃତ୍ୟୁବରଣ କରିଥିଲା। ଏହା ଦେଖି ଲିଜଧାରୀ ଚନ୍ଦ୍ରମୋହନ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।

Advertisement

ଫଳରେ ଶିଶୁକୁ ଡାକ୍ତରଖାନା ମଧ୍ୟ ଅଣାଯାଇ ପାରିନଥିଲା।ଖବର ପାଇ ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସନ୍ଧ୍ୟାରେ ମୃତ ଶିଶୁକୁ ଡାକ୍ତରଖାନା ଆଣିବା ପରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ।ଶିଶୁର ବାପା ଗୋବିନ୍ଦ ମୁର୍ମୁ ଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ଠାକୁରମୁଣ୍ଡା ଥାନା ପୁଲିସ ଦୁଇ ଜଣଙ୍କ ନାମରେ ୩୪/୨୦୨୪ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ରବିବାର ସକାଳେ ଶିଶୁର ଶବ ବ୍ୟବଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *