ଛେଳି ରହିଥିବା ଭଅଁରାରେ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ , ପୋଡି ହୋଇ ୫୦ରୁ ଉର୍ଦ୍ଧ ଛେଳି ଜୀବନ୍ତ ଦଗ୍ଧ ।
1 min readଗଞ୍ଜାମ ; ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତର ଗୁରାପଲ୍ଲୀ ଗାଁ ନିକଟସ୍ଥ କଙ୍କେଇ ଠାରେ ଘଟିଛି ଏକ ଅଭାବନୀୟ ଘଟଣା। କଙ୍କେଇ (ଓଡିଆରପି କଲୋନୀ)ର ବି. ଗୋପୀ ପାତ୍ର ଛେଳି ଚରାଇ ଆଣି ରାତିରେ ନିଜ ଜମିରେ ରଖିଥିଲେ। ସକାଳୁ ନିଜର ଦୁଇ ଶହରୁ ଉର୍ଦ୍ଧ ଛେଳି ପୁଣି ଚରାଇବାକୁ ନେଇଥିବା ବେଳେ ପ୍ରାୟତଃ ୬୦ ଟି ଛୋଟ ଛେଳିକୁ ଜମିରେ ତିଆରି କରିଥିବା ଭଅଁରାରେ ବନ୍ଦ ରଖିଥିବା ବେଳେ ଆଜି ଅପରାହ୍ନ ସମୟରେ କୌଣସି ଦୁର୍ବୁତ୍ତ ଆସି ଛେଳି ରହିଥିବା ଭଅଁରାରେ ନିଆଁ ଲଗାଇ ଫେରାର ହୋଇଛନ୍ତି ।
ଛେଳି ଭଅଁରାଟି ଗାଁ ଠାରୁ କିଛି ଦୂରରେ ଥିବାରୁ , ନିଆଁ ଲାଗିବା ଖବର ବହୁ ବିଳମ୍ବରେ ଜାଣିଥିଲେ ମାଲିକ ଗୋପୀ ପାତ୍ର । ନିଆଁ ଜାଳିବାର ଖବର ପାଇବା ତତକ୍ଷଣାତ ଗୋପୀ ପାତ୍ର ଏବଂ ତାଙ୍କ ପରିବାର ବର୍ଗ ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଖଲ୍ଲିକୋଟ ଦମକଳ ବାହିନୀକୁ ଜଣାଇ ଥିଲେ ।ଖବର ପାଇଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିବା ବେଳେ ଦୁବୃତ୍ତଙ୍କ ନିଆଁ ରେ ୫୦ ରୁ ୬୦ ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ତେବେ କିଏ କେଉଁ କାରଣରୁ ନିଆଁ ଲଗାଇଛି ,ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।