Pratidin TV

Odisha's Digital News Platform

SBI ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ମୁନରେ ୫୦ ହଜାର ଲୁଟ୍ ।

ରାଜଗାଙ୍ଗପୁର ; କିଛିଦିନର ନିରବତା ପରେ କୁତ୍ରାରେ ପୁଣି ଏକ ବନ୍ଧୁକ ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡିଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲି ଠାରେ ଥିବା ଏସବିଆଇ ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ମୁନରେ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା କୁତ୍ରା ଥାନାରେ ଅଭିଯୋଗ ହୋଇଛି ।

ଘଟଣାରୁ ଜଣାପଡିଛି ଯେ କରମାବାହାଲ ଗ୍ରାମର ଅଞ୍ଜନା ଲାକଡା (୩୪)ଙ୍କ ବିଜୁ ଏକ୍ସପ୍ରେସ ୱେ ବିରିଙ୍ଗାଟୋଲି ଛକ ନିକଟରେ ଏକ ଏସବିଆଇ ଗ୍ରାହକ ସେବାକେନ୍ଦ୍ର ରହିଛି । ତେବେ ଗତକାଲି ଅପରାହ୍ନ ୧ ଟା ୩୦ ସମୟରେ ଦୁଇଜଣ ମୁଖାପିନ୍ଧା ବନ୍ଧୁକ ଧାରି ଏକ ବାଇକରେ ଆସି ବିରିଙ୍ଗାଟୋଲି ଠାରେ ଥିବା ଗ୍ରାହକ ସେବାକେନ୍ଦ୍ରର ମାଲିକ ଅଞ୍ଜନା ନଥିବା ସମୟରେ ତାଙ୍କ କର୍ମଚାରୀ ଇଭାଞ୍ଜନଲି କୁ ବନ୍ଧୁକ ଦେଖାଇ ଭୟଭିତ କରାଇଥିଲେ ।

ଆଉ ଏହାପରେ ଡ୍ରରେ ଥିବା ୫୦ ହଜାର ଟଙ୍କା ଲୁଟ କରିବା ସହ ଇଭାଞ୍ଜନଲିଙ୍କ ଏକ ରେଡମି ମୋବାଇଲ କୁ ମଧ୍ୟ ଲୁଟି ଚମ୍ପଟ ମାରିଥିବା ଆଜି କୁତ୍ରା ଥାନାରେ ଅଞ୍ଜନା ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଆଧାର କରି କୁତ୍ରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏବଂ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ସମୟରେ ଏକ ଅଫୁଟା ଗୁଳି ପାଇଥିବା ଜଣାପଡିଛି । ତେବେ ଏଭଳି ଗ୍ରାହକ ସେବାକେନ୍ଦ୍ର ଲୁଟ ଘଟଣା କୁତ୍ରା ପାଇଁ କିଛି ନୂଆନୁହେଁ ଆଗରୁ ମଧ୍ୟ ବହୁବାର ବିଭିନ୍ନ ଗ୍ରାହକ ସେବାକେନ୍ଦ୍ରରୁ ଲୁଟ ହେବାର ନଜର ରହିଛି ।

Leave a Reply

Your email address will not be published. Required fields are marked *