Pratidin TV

Odisha's Digital News Platform

IT ସେକ୍ଟରରେ ନିଯୁକ୍ତି କହି ବନାଇଦେଲେ ସାଇବର ଠକ , ମିୟାଁମାରରେ ଫସିଛନ୍ତି ୫୦୦ ଜଣ ଭାରତୀୟ

1 min read

ନୂଆଦିଲ୍ଲୀ : ଠାକାମିରେ ପଡିଗଲେ ଆଇଟି ପ୍ରଫେସନାଲ । ଭଲ ଚାକିରି କରିବା ଆଶାରେ ବନ୍ଦିହୋଇଗଲେ ମିୟାଁମାରରେ । ହଁ ଆପଣଙ୍କୁ ବୋଧ ହୁଏ ଏହା କାହାଣୀ ପରି ଲାଗୁଥିବା । କିନ୍ତୁ ଏଭଳି ପ୍ରତିକୂଳ ଅବସ୍ଥାରେ ନିଜ ଜୀବନକୁ ବାଜି ଲଗାଇ ଏକ ଭିଡିଓ ମାଧ୍ୟମରେ ସେଠାରୁ ମୁକୁଳାଇ ଦେଶକୁ ପୁନଃ ଫେରିବା ନିମନ୍ତେ ନିବେଦନ କରିଛନ୍ତି କିଛି ଭାରତୀୟ ବାସୀ ।

ସୂଚନା ଅନୁଯାୟୀ ମ୍ୟାୟାମାରର ୪ ଟି କମ୍ପାନୀ ଆଇଟି ସେକ୍ଟରରେ ଭଲ ପୋଷ୍ଟ ସହ ଭଲ ଦରମା ପ୍ୟାକେଜ୍ ରେ ଅନେକ ଭାରତୀୟ ଯୁବକଙ୍କୁ ନିଯୁକ୍ତି ଦେଇଥିଲା । କିନ୍ତୁ ସେଠାରେ ଯାଇ କିଛି ଦିନ କାମ କରିବା ପରେ ,ସେମାନଙ୍କ ଅସଲି ଉର୍ଦ୍ଦେଶ୍ୟ ଜଣାପଡିଯାଇଥିଲା । ଆଇଟି ସେକ୍ଟର କାମ କହି ସେମାନଙ୍କୁ ସାଇବର ଠକାମି ସହ ଅନେକ ବଡ ବଡ ଅନଲାଇନ ଅପରାଧିକ କାମରେ ଲଗାଯାଉଥିଲା । ଏସବୁ କାମ କରିବାକୁ ମନାକରିବାରୁ ସେମାନଙ୍କୁ ବିଦ୍ୟୁତ୍ ଶକ୍ ସହ ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା । ସେମାନଙ୍କୁ ସେଠାରେ ବିନା ପାରିଶ୍ରମିକତାରେ ପ୍ରାୟ ୧୬ ଘଣ୍ଟା ଖଟାଯାଉଥିଲା । ଏସବୁ ସମ୍ପର୍କରେ ସୂଚନା ପାଇ ଭାରତୀୟ ବୈଦଶିକ ମନ୍ତ୍ରାଳୟସୂଚନା ଏଥିରେ ହସ୍ତକ୍ଷେପ କରିଛି । ସେଠାରେ ପ୍ରାୟ ୫୦୦ ରୁ ଉର୍ଦ୍ଦ ଭାରତୀୟ ଫଶିକି ଥିବା ବେଳେ , ବର୍ତ୍ତମାନ ସୁର୍ଦ୍ଧା ମାତ୍ର ୩୨ ଜଣଙ୍କୁ ହିଛ ଉର୍ଦ୍ଧାର କରାଯାଇଛି । ଏହାସହ ଅନ୍ୟମାନଙ୍କୁ ଆଣିବାର ପ୍ରୟାସ ମଧ୍ୟ ଜାରି ରହିଛି । ଫେରିଆସିଥିବା ଆଇଟି କର୍ମଚାରୀମାନଙ୍କ ତଥ୍ୟ ଅନୁଯାୟୀ ସେଠାରେ ୫୦୦ ରୁ ଅଧିକ ଭାରତୀୟ ଫଶିକି ରହିଥିବାବେଳେ, ମ୍ୟାୱାଡିସ୍ଥିତ ଏକ କମ୍ପେ୍ଲକ୍ସରେ ସେମାନଙ୍କୁ ସାଇବର ଅପରାଧି ଭାବେ ଖଟାଯାଉଥିଲା ।

Advertisement

ଏହାସହ ସେମାନଙ୍କୁ ଏକ ଏଭଳି ସ୍ଥାନରେ ରଖାଯାଇଥିଲା ଯେଉଁଠାରୁ ଖସିକି ଆସିବା ଏକ ଅସମ୍ଭବ କଥା । ସେଠାରେ ତାଙ୍କୁ ବଡ ବଡ ପାଚେରୀ ବିଶିଷ୍ଟ ବନ୍ଧିଶାଳା ଭଳି ରଖାଯାଇଥିଲା । ବାହର ଗେଟଗୁଡିକରେ ବଡିଗାର୍ଡ ଭଳି ସିକ୍ୟୁରିଟି ଥିଲେ , ଯେଉଁମାନଙ୍କ ହାତରେ ବନ୍ଧୁକ ଥିଲା । ସେମାନଙ୍କ ଠାରୁ ପାସପୋର୍ଟ ନେଇ ଯିବା ସହ ସେମାନଙ୍କୁ ଖାଇବାକୁ ମଧ୍ୟ ଭଲ ଭାବରେ ଦିଆଯାଉନଥିଲା । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ କମ୍ପାନୀର ମାଲିକ । ଏହାପରେ ମଧ୍ୟ ନିଜ ସାହସ ଦେଖାଇବା ସହ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ଗଣମାଧ୍ୟମକୁ ସୂଚନା ପଠାଇଥିଲେ କିଛି ବ୍ୟକ୍ତି ।

ତେବେ କାହିଁକି ଆଜି ଭାରତୀୟ ମାନଙ୍କ ସହ ଏଭଳି ହେଉଛି । ଏହି ବଡ ସମସ୍ୟା ପଛରେ ବେକାରୀ ସମସ୍ୟାର ହାତନାହିଁ କି ? ଅନେକ ପାଠ ପଢି ମଧ୍ୟ ଆମ ଭାରତୀୟମାନଙ୍କୁ ନିଜ ଦେଶ ତଥା ରାଜ୍ୟରେ ଭଲ ନିଯୁକ୍ତିଟିଏ ମିଳିପାରୁନି । ଯାହା ଫଳରେ ସେମାନେ ବାଧ୍ୟ ହୋଇ ଦେଶ ତଥା ରାଜ୍ୟ ଛାଡି ବାହରକୁ ଯାଉଛନ୍ତି ଏକ ଭଲ ଚାକିରି ଅନ୍ୱେଷଣରେ । ଯାହାକି ମିୟାଁମାରରେ ଫଶିରହିଥିବା ୫୦୦ ଭାରତୀୟଙ୍କ ସ୍ଥଳରେ ଘଟିଛି । ଯଦି ଭାରତରୁ ବେକାରୀ ସମସ୍ୟ ଦୂର କରିବା ସହ ଏଠାରେ ଭାରତର ପିଲାମାନଙ୍କ ପାଇଁ ନିଯୁକ୍ତିର ବ୍ୟବାସ୍ଥା ରହିବ । ତେବେ ଭାରତୀୟ ମାନେ ନିଜ ଦେଶ ଭିତରେ ହିଁ ଚାକିରି କରି ରହିବେ । ଯାହାଫଳରେ ସେମାନଙ୍କୁ ବାହରକୁ ଯିବାକୁ ପଡିବନାହିଁ କିମ୍ବା ଏଭଳି ଅମାନୁଷିକ ପରିସ୍ଥିତିର ସାମ୍ନା କରିବାକୁ ହେବ ନାହିଁ । କିନ୍ତୁ କଣ କରୁଛନ୍ତି ରାଜ୍ୟ ତଥା କେନ୍ଦ୍ର ସରକାର ନିଯୁକ୍ତି ନାରେ ତ ଏଠି ଚାଲୁଛି ଦୁର୍ନିତୀ । ଯୋଗ୍ୟତା ଥାଇ ମଧ୍ୟ ପାଇପାରୁନାହାନ୍ତି ଏକ ଉତ୍ତମ ମାନର ଚାକିରୀ ? ଏଥିପାଇଁ ଦାୟି କିଏ ?

Leave a Reply

Your email address will not be published. Required fields are marked *