Pratidin TV

Odisha's Digital News Platform

ହିମାଚଳ ରୋହତାଙ୍ଗରେ ଯବାନଙ୍କ ବିମାନ କ୍ରାସ୍ ଘଟଣା , ୫୬ ବର୍ଷ ପରେ ମିଳିଲା ୪ ଯବାନଙ୍କ ମୃତଦେହ ।

1 min read

ଦୀର୍ଘ ୫୬ ବର୍ଷ ପରେ ରୋହତାଙ୍ଗରୁ ଉଦ୍ଧାର ହେଲା ବୀର ଯବାନଙ୍କ ମରଶରୀର । ୭ ଫେବୃଆରୀ ୧୯୬୮ ମସିହାରେ AN-12 ମିଲିଟ୍ରି ଏୟାରକ୍ରାଫ୍ଟ ୧୦୨ ଯବାନଙ୍କୁ ନେଇ ଉଡାଣ ଭରିଥିଲା । କିନ୍ତୁ ରୋହତାଙ୍ଗ ନିକଟରେ ହଠାତ୍ ପାଗ ବଦଳିବାର ଏୟାରକ୍ରାପ୍ଟ ନିଜ ସନ୍ତୁଳନ ହରାଇ କ୍ରାସ୍ ହୋଇଯାଇଥିଲା । ବରଫ ଆଛାଦିତ ଏହି ଅଞ୍ଚଳରେ ଯବାନମାନଙ୍କୁ ଖୋଜିବା କଷ୍ଟକର ହୋଇପଡିଥିଲା । କିନ୍ତୁ ସେମାନଙ୍କ ପରିବାରର ଆଶାକୁ ଆଖି ଆଗରେ ରଖି ଆଜି ଯାଏଁ ଏହି ସର୍ଚ୍ଚ ଅପରେଶନ ଚାଲୁ ରହିଥିଲା । ଆଉ ଧିରେ ଧିରେ ଅନେକ ଯବାନଙ୍କ ମର ଶରୀର ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଆଉ ୪ଟି ମୃତଦେହ ଉଦ୍ଧାର ହୋଇଛି ।

ଯେତେବେଳେ ୨୦୦୩ ରେ କିଛି ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପର୍ବତାରୋହଣରୁ କିଛି ପର୍ବତାରୋହୀ ଏଠାରେ ମୃଦେହର କିଛି ଆଭାସ ପାଇଥିଲେ । ସେମାନେ ତୁରନ୍ତ ଖବର ଦେଇଥିଲେ । ଆଉ ଏହା ପରେ ପରେ ୨୦୦୫ , ୨୦୦୬.୨୦୧୩ ଆଉ ୨୦୧୯ ରେ ସର୍ଚ୍ଚ ଅପରେଶନ କରାଯାଇଥିଲା ।

Advertisement

୫୬ ବର୍ଷ ପରେ ମୃତ ଦେହ ଚିହ୍ନଟ –
ତ୍ରିକୋଣ ମାଉଣ୍ଟେନ୍ ରେସକ୍ୟୁ ସହଯୋଗରେ ଡୋଗ୍ରା ସ୍କାଉଟ୍ସ ରୋହତଙ୍ଗ ଠାରେ ଚନ୍ଦ୍ରଭଗା ଅଭିଯାନ ଆରମ୍ଭ କରିଛନ୍ତି। ତିନୋଟି ମୃତଦେହ ସହଜରେ ମିଳିଥିବାବେଳେ ଚତୁର୍ଥ ମୃତଦେହକୁ ବରଫରେ ପୋତି ହୋଇଯାଇଥିଲା। ମୃତଦେହ ନିକଟରୁ ମିଳିଥିବା ଦଲିଲରୁ ସେମାନଙ୍କୁ ଚିହ୍ନଟ କରାଯାଇଛି। ଏଥିମଧ୍ୟରେ ଆର୍ମି ମେଡିକାଲ କର୍ପୋରେଟର କନଷ୍ଟେବଳ ନାରାୟଣ ସିଂ, ପିୟୋନିଅର କର୍ପର କନଷ୍ଟେବଳ ମାଲକାନ ସିଂ ଏବଂ ଥୋମାସ ଚରଣ ଅନ୍ତର୍ଭୁକ୍ତ। ଚତୁର୍ଥ ମୃତଦେହ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ତାଙ୍କ ଡକ୍ୟୁମେଣ୍ଟରେ ଲେଖାଯାଇଥିବା ପରିଚୟ ଲିଭିଯାଇଛି ତେଣୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇଛି ।

ଅକ୍ଟୋବର ୧୦ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରହିବ ।
ସେନା ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ଚନ୍ଦ୍ରଭଗା ଅଭିଯାନ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଜାରି ରହିବ। ୧୯୬୮ ମସିହାରେ ସହିଦ ହୋଇଥିବା ସୈନିକମାନଙ୍କ ପରିବାର ବହୁ ବର୍ଷ ଧରି ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରି ରହିଥିଲେ। ଏହା ସେମାନଙ୍କୁ ସାନ୍ତ୍ୱନା ଦେବ । ଏହି ସର୍ଚ୍ଚ ଅପରେସନ୍ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଜାରି ରହିବ, ଏଭଳି ପରିସ୍ଥିତିରେ ଅନ୍ୟ ସୈନିକଙ୍କ ମୃତଦେହ ମଧ୍ୟ ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *