Pratidin TV

Odisha's Digital News Platform

କେରଳରେ ଭୟଙ୍କର ଭୂସ୍ଖଳନ ମୃତ୍ୟ ସଂଖ୍ୟା ୫୭ କୁ ବୃଦ୍ଧି , ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ..

1 min read

ବର୍ଷାର ବିତ୍ପାତ ପରେ ଏବେ ତାଣ୍ଡବ ରଚିଛି ପ୍ରକୃତି ।  ଭୀଷଣ ବର୍ଷା ଯୋଗୁଁ କେରଳ ୱାୟନାଡରେ ଭୂସ୍ଖଳନ ଘଟିଛି । ଏହି ଭୂସ୍ଖଳନ ରେ ଚାଲିଯାଇଛି ୫୪ ଜଣଙ୍କ ଜୀବନ  । ସେହିପରି ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମାଟି ତଳେ ୪୦୦ରୁ ଅଧିକ ପରିବାର ଫଶି ରହିଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଥିବା ସୂଚନା ରହିଛି । ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି।

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମଙ୍ଗଳବାର ଭୋର ସମୟରେ  ଓ୍ୱାଇନାଡର ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ରାତି ୧ଟା ବେଳେ ମୁବାଡକାଇରେ ପ୍ରଥମ ଭୂସ୍ଖଳନ ହୋଇଥିଲା। ଏହାପରେ ସକାଳ ପ୍ରାୟ ୪.୧୦ ସମୟରେ ଜିଲ୍ଲାରେ ଆଉ ଏକ ଭୂସ୍ଖଳନ ହୋଇଥିଲା।ନ୍ୟାସନାଲ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏବେ ସେନା ମଧ୍ୟ ଘଟଣାସ୍ଥଳକୁ ଯାଇଛି।

Advertisement

Leave a Reply

Your email address will not be published. Required fields are marked *