Pratidin TV

Odisha's Digital News Platform

ଷ୍ଟେଜ୍‌ରେ କମାଲ ଦେଖାଇଲେ ୫୯ ବର୍ଷିୟ ନୀତା ଅମ୍ବାନୀ ; ‘ରଘୁପତି ରାଘବ ରାଜା ରାମରେ’ ମନମୋହିଲେ ..

1 min read

ମୁମ୍ବାଇ : ନିକଟରେ ରିଲାଏନ୍ସ ଫାଉଣ୍ଡେସନ ଚେୟାରମ୍ୟାନଙ୍କ ସବୁଠୁ ବଡ ସ୍ୱପ୍ନ ପୂରଣ ହେବାର ନଜରଆସିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ କଳାକାରଙ୍କ ଠାରୁ ଆରମ୍ଭ କରି ଧାର୍ମିକ ଗୁରୁ, କ୍ରୀଡା ଏବଂ ବ୍ୟବସାୟ ଜଗତର ଜଣାଶୁଣା ବ୍ୟକ୍ତିତ୍ୱମାନେ ଉପସ୍ଥିତ ଥିଲେ।

ନୀତା ମୁକେଶ ଅମ୍ବାନୀ କଲଚର ସେଣ୍ଟରର ପ୍ରତିଷ୍ଠା ଉଦ୍‌ଘାଟନରେ ଝିଅ ଇଶା ଅମ୍ବାନୀଙ୍କ ଅଭିଭାଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ସେ କହିଥିଲେ ଯେ “ଏହି କେନ୍ଦ୍ର ମୋ ମାଙ୍କ ନାମରେ ନାମିତ ହୋଇଛି-ଘଗଇଉଉ, ଯାହା କଳା ପ୍ରତି ତାଙ୍କର ସାରା ଜୀବନର ସମର୍ପଣ ହେତୁ ଏକ ସମ୍ମାନ।”

ନୀତା ମୁକେଶ ଅମ୍ବାନୀ କଲଚର ସେଣ୍ଟର (NMACC) ର ଉଦଘାଟନୀ ସମାରୋହରେ ନୀତା ଅମ୍ବାନୀ ତାଙ୍କ ନୃତ୍ୟରେ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛନ୍ତି। ୫୯ ବର୍ଷ ବୟସରେ ଷ୍ଟେଜ୍ ଶୋରେ ସମସ୍ତଙ୍କୁ ନିଜ ନୃତ୍ୟରେ ଚମକାଇ ଦେଇଥିଲେ । ରଘୁପତି ରାଘବ ରାଜାରାମ ଗୀତରେ ମଞ୍ଚ ସହ ଲୋକମାନଙ୍କ ମନରେ ଏକ ଦେଶାତ୍ମକ ଭକ୍ତି ଭାବ ସୃଷ୍ଟି କରିଥିଲେ ନୀତା ଏହି ସମାରୋହରେ ଦେଶ-ବିଦେଶର ଅନେକ ନାମିଦାମୀ ଅତିଥି ପହଞ୍ଚିଥିଲେ। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜିଓ ୱାର୍ଲ୍ଡ ଗାର୍ଡେନ୍ସରେ ଘଗଇଉଉ ନିର୍ମାଣ କରାଯାଇଛି।ଏମାନଙ୍କ ବ୍ୟତୀତ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ଭାବି ପତ୍ନୀ ରାଧିକା ମର୍ଚାଣ୍ଟ ମଧ୍ୟ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ଅମ୍ବାନୀ ମଧ୍ୟ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *